ଜାତୀୟ ବାଳିକା ଫୁଟ୍‌ବଲ୍‌ରୁ ଓଡ଼ିଶା ବିଦା

କଟକ: ଗୋଆରେ ଚାଲିଥିବା ଜାତୀୟ କନିଷ୍ଠ ବାଳିକା ଫୁଟବଲ୍‌ ପ୍ରତିଯୋଗିତାରୁ ଓଡ଼ିଶା ବିଦାୟ ନେଇଛି। ସୋମବାର ଖେଳାଯାଇଥିବା କ୍ୱାର୍ଟର ଫାଇନାଲ୍‌ ମ୍ୟାଚରେ ଓଡ଼ିଶା ୧-୦ ଗୋଲରେ ବେଙ୍ଗଲଠୁ ପରାସ୍ତ ହୋଇଛି। ଫଳରେ ଓଡ଼ିଶାର ଅଭିଯାନ ଶେଷ ହୋଇଛି। ପୂର୍ବରୁ ଲିଗ୍‌ ପର୍ଯ୍ୟାୟରେ ଓଡ଼ିଶା ୮-୨ ଗୋଲରେ ଆନ୍ଧ୍ରପ୍ରଦେଶକୁ ଓ ୪-୦ ଗୋଲରେ ଅରୁଣାଚଳ ପ୍ରଦେଶକୁ ହରାଇ କ୍ୱାର୍ଟରଫାଇନାଲ୍‌କୁ ଉନ୍ନୀତ ହୋଇଥିଲା।

ସମ୍ବନ୍ଧିତ ଖବର