ଭୁବନେଶ୍ବର: ପ୍ରଥମ ଥର ଲାଗି ଆୟୋଜିତ ବାଳିକା ହକି ଏକାଡେମିର ଉପକନି‌ଷ୍ଠ ବର୍ଗରେ ସାଇ ବିଜେତା ହୋଇଛି। ଗୁରୁବାର ଫାଇନାଲ୍‌ରେ ଏହି ଦଳ ୫-୪ (୨-୨) ସଡନ୍‌ ଡେଥ୍‌ରେ ଓଡ଼ିଶା ନାଭାଲ୍‌ ଟାଟା ହକି ଗୁଣବତ୍ତା କେନ୍ଦ୍ରକୁ ପରାସ୍ତ କରିଥିଲା। ନିର୍ଦ୍ଧାରିତ ସମୟରେ ମ୍ୟାଚ୍‌ ୨-୨ ଏବଂ ସୁଟ୍‌ ଆଉଟ୍‌ରେ ୪-୪ରେ ଶେଷ ହୋଇଥିଲା। ସଡନ୍‌ ଡେଥ୍‌ରେ ପୂଜା ସାହୁଙ୍କ ଗୋଲ୍‌ ବଳରେ ସାଇ ବିଜେତା ହୋଇଥିଲା। ସ‌ାଇ ପକ୍ଷରୁ ସୋନମ (୩୮ ମିନିଟ୍‌) ଓ କୀର୍ତ୍ତି (୫୫ ମିନିଟ୍‌) ଏବଂ ନାଭାଲ ଟାଟା ପକ୍ଷରୁ ପ୍ରୀତି ଅମନ କୌର (୮ ମିନିଟ୍‌) ଓ ପ୍ରିୟା ‌ଟପ୍ପୋ (୪୨ ମିନିଟ୍‌) ନିର୍ଦ୍ଧାରିତ ସମୟରେ ଗୋଟିଏ ଲେଖାଏଁ ଗୋଲ୍‌ କରିଥିଲେ। ମଧ୍ୟପ୍ରଦେଶ ହକି ଏକାଡେମି ୮-୦ ଗୋଲ୍‌ରେ ରାଉଣ୍ଡଗ୍ଲାସ ପଞ୍ଜାବ ହକି କ୍ଲବ୍‌ ଏକାଡେମିକୁ ପରାସ୍ତ କରି ତୃତୀୟ ସ୍ଥାନରେ ରହିଥିଲା।

Advertisment

କନି‌ଷ୍ଠ ବର୍ଗରେ ଓଡ଼ିଶା ନାଭାଲ୍‌ ଟାଟା ହକି ଗୁଣବତ୍ତା କେନ୍ଦ୍ର ଫାଇନାଲ୍‌ ଖେଳିବାରୁ ବଞ୍ଚିତ ହୋଇଛି। ସେମିଫାଇନାଲ୍‌ରେ ଏହି ଦଳ ୦-୬ ଗୋଲ୍‌ରେ ସାଇ-ହକି ‌ଏକାଡେମିଠୁ ହାରି ଯାଇଥିଲା। ‌ସାଇ ଶୁକ୍ରବାର ଫାଇନାଲ୍‌ରେ ମଧ୍ୟପ୍ରଦେଶ ହକି ଏକାଡେମିକୁ ଭେଟିବ। ମଧ୍ୟପ୍ରଦେଶ ସେମିଫାଇନାଲ୍‌ରେ ୨-୧ ଗୋଲ୍‌ରେ ଖାଲସା ହକି ଏକାଡେମି (ଅମ୍ରିତସର)କୁ ପରାସ୍ତ କରିଥିଲା। ଓଡ଼ିଶା ନାଭାଲ୍‌ ଟାଟା ହକି ଗୁଣବତ୍ତା କେନ୍ଦ୍ର ତୃତୀୟ ସ୍ଥାନ ପାଇଁ ‌ଖାଲ୍‌ସାକୁ ଭେଟିବ।