ଜାତୀୟ ବାଳିକା ଫୁଟ୍‌ବଲ୍‌: ଆନ୍ଧ୍ରକୁ ୮-୦ରେ ହରାଇଲା ଓଡ଼ିଶା

ଭୁବନେଶ୍ୱର: ଗୋଆରେ ଆରମ୍ଭ ହୋଇଥିବା କନିଷ୍ଠ ଜାତୀୟ ବାଳିକା ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ଓଡ଼ିଶା ଦଳ ମଙ୍ଗଳବାର ୮-୦ ଗୋଲ୍‌ରେ ଆନ୍ଧ୍ର ପ୍ରଦେଶକୁ ପରାସ୍ତ କରିଦେଇଛି। ସୋନି ବେହେରା (୧୯ ଓ ୫୦ ମିନିଟ୍‌), ଦୀପା ନାୟକ (୨୯ ଓ ୯୩ ମିନିଟ୍‌), ଯଶୋଦା ମୁଣ୍ଡା (୪୨ ଓ ୪୫ ମିନିଟ୍‌) ଦୁଇଟି ଲେଖାଏଁ ଗୋଲ୍‌ କରିଥିଲା ବେଳେ ବନ୍ୟା କବିରାଜ (୬୧ ମିନିଟ୍‌) ଓ ମୁନିକା ମିଞ୍ଜ୍‌ (୮୩ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ଯୋଡ଼ିଥିଲେ। ଆନ୍ଧ୍ର ପ୍ରଦେଶ ପକ୍ଷରୁ ବି ଅନିତା (୧୨ ମିନିଟ୍‌) ଓ ଓ୍ଵାଇ ଅନିତା (୯୧ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ କରିପାରିଥିଲେ।

ସମ୍ବନ୍ଧିତ ଖବର