ରାଉରକେଲା: ସ୍ଥାନୀୟ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଚାଲିଥିବା ଉପକନିଷ୍ଠ ମହିଳା ଜାତୀୟ ହକି ପ୍ରତିଯୋଗିତାରେ ସୋମବାର ପଞ୍ଚମ ଦିନରେ ପହଞ୍ଚିଛି। ସୋମବାର ୫ଟି ମ୍ୟାଚ୍ ଖେଳାଯାଇଥିବା ବେଳେ ୬୧ଟି ଗୋଲ୍ ସ୍କୋର୍ ହୋଇଛି। ତାମିଳନାଡ଼ୁ ୨୦-୧ ଗୋଲ୍ରେ ତ୍ରିପୁରାକୁ, ଉତ୍ତରାଖଣ୍ଡ ୧୪-୦ ଗୋଲ୍ରେ ପଶ୍ଚିମବଙ୍ଗକୁ, ଛତିଶଗଡ଼ ୩-୧ ଗୋଲ୍ରେ ନୂଆଦିଲ୍ଲୀ ଓ ମହାରାଷ୍ଟ୍ର ୧୮-୦ ଗୋଲ୍ରେ ହିମାଚଳପ୍ରଦେଶକୁ ପରାସ୍ତ କରିଥିଲା। ତେବେ କେରଳ ଓ ରାଜସ୍ଥାନ ମ୍ୟାଚ୍ ୨-୨ରେ ଅମୀମାଂସିତ ରହିଥିଲା। ଫଳରେ ଉଭୟ ଦଳ ଗୋଟିଏ ଲେଖାଏଁ ପଏଣ୍ଟରେ ସନ୍ତୁଷ୍ଟ ରହିଥିଲେ।
ଜାତୀୟ ବାଳିକା ହକି: ୫ ମ୍ୟାଚ୍ରୁ ୬୧ ଗୋଲ୍
/sambad/media/post_attachments/wp-content/uploads/2023/05/5464gd654gd6jgjdgdj.jpg)