ଭୁବନେଶ୍ବର : ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମ୍ରେ ଚାଲିଥିବା ଜାତୀୟ ବାଳିକା ହକି ପ୍ରତିଯୋଗିତାର ସେମିଫାଇନାଲ୍ରେ ଓଡ଼ିଶା ଶନିବାର ହରିୟାଣା ସହ ଖେଳିବ। ରାତି ୭ଟାରେ ଏହି ମ୍ୟାଚ୍ ଖେଳାଯିବ। ଏହା ପୂର୍ବରୁ ପ୍ରଥମ ସେମିଫାଇନାଲ୍ରେ ଝାଡ଼ଖଣ୍ଡ ଖେଳିବ ଉତ୍ତରପ୍ରଦେଶ ସହିତ।
ଗୁରୁବାର ଓଡ଼ିଶା କ୍ବାର୍ଟରଫାଇନାଲ୍ରେ ରୋମାଞ୍ଚକ ଭାବେ ମଧ୍ୟପ୍ରଦେଶକୁ ୨-୧ ଗୋଲ୍ରେ ପରାସ୍ତ କରି ସେମିଫାଇନାଲ୍ ଆସିଛି। ସେହିଭଳି କ୍ବାର୍ଟରଫାଇନାଲ୍ରେ ହରିୟାଣା ୧୪-୦ରେ କର୍ଣ୍ଣାଟକକୁ ପରାସ୍ତ କରିଥିଲା। ଅନ୍ୟ ଦୁଇ କ୍ବାର୍ଟରଫାଇନାଲ୍ରେ ଝାଡ଼ଖଣ୍ଡ ୧୧-୦ ଗୋଲ୍ରେ ଚଣ୍ଡିଗଡ଼କୁ ଏବଂ ଉତ୍ତରପ୍ରଦେଶ ୬-୦ ଗୋଲ୍ରେ ପଞ୍ଜାବକୁ ପରାସ୍ତ କରିଥିଲା।