ଜାତୀୟ ବାଳିକା ହକି, ଓଡ଼ିଶାର ବୃହତ୍‌ ବିଜୟ

ଭୁବନେଶ୍ବର: ଝାଡ଼ଖଣ୍ଡର ସିମଡେଗାରେ ଗୁରୁବାରଠାରୁ ଆରମ୍ଭ ହୋଇଥିବା ଏକାଦଶତମ ଜାତୀୟ ବାଳିକା ହକିରେ ଓଡ଼ିଶା ବୃହତ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଗ୍ରୁପ୍‌-ଜି’ରେ ସ୍ଥାନ ପାଇଥିବା ଓଡ଼ିଶା ଗୁରୁବାର ଦ୍ବିତୀୟ ଦିନରେ ୧୨-୦‌ ଗୋଲ୍‌ରେ ହକି ହିମାଚଳକୁ ପରାସ୍ତ କରିଥିଲା। ଦଳ ପକ୍ଷରୁ ନେହା ଲାକ୍ରା (୫, ୨୮ ମିନିଟ୍‌), ସନ୍ଧ୍ୟା‌ କୁଜୁର (୧୪, ୪୫ ମିନିଟ୍‌) ଓ କମଳା ସିଂହ (୪୨, ୫୩ ମିନିଟ୍‌) ଦୁଇଟି ଲେଖାଏଁ ଏବଂ ନିତୁ ଲାକ୍ରା (୧୦ ମିନିଟ୍‌), ଅଟେନ ‌ଟୋପ୍ନୋ (୧୩ ମିନିଟ୍‌), ଆଞ୍ଜେଲା ‌ଟୋପ୍ପୋ (୨୪ ମିନିଟ୍‌), ଜ୍ୟୋତ୍ସ୍ନା ରୋହିଦାସ (୩୯ ମିନିଟ୍‌), ଅଧିନାୟିକା ଜ୍ୟୋତି ଛତ୍ରୀ (୪୧ ମିନିଟ୍‌) ଓ ନେହା ଟୋପ୍ପୋ (୬୦ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ କରିଥିଲେ। ଓଡ଼ିଶା ହକି ଆଡହକ କମିଟି ଏବଂ ହକି ଓଡ଼ିଶା ମିଳିତ ଭାବେ ଦଳ ପଠାଇଥବାରୁ ଏଥର ‘ଓଡ଼ିଶା’ ନାମରେ ରାଜ୍ୟ ଦଳ ପ୍ରତିନିଧିତ୍ବ କରୁଛି।
ଗ୍ରୁପ୍‌-ଜି’ର ଅନ୍ୟ ମ୍ୟାଚ୍‌ରେ ଛତିଶଗଡ଼ ୪-୧ରେ ହକି ମଧ୍ୟପ୍ରଦେଶକୁ ପରାସ୍ତ କରିଥିଲା। ଗ୍ରୁପ୍‌-ଇ’ରେ ହକି ମହାରାଷ୍ଟ୍ର ୨୩-୦ରେ ହକି ଗୁଜରାଟକୁ ଏବଂ ଗ୍ରୁପ୍‌-ଏଫ୍‌’ରେ ହକି ଚଣ୍ଡୀଗଡ଼ ୧୦-୧ରେ ଗୋଆକୁ ଓ ହକି ବିହାର ୮-୨ରେ ଜମ୍ମୁ କଶ୍ମୀରକୁ ପରାସ୍ତ କରିଥିଲା।

ସମ୍ବନ୍ଧିତ ଖବର