କଟକ/ଭୁବନେଶ୍ବର: ହରିୟାଣାର ହିସାରଠାରେ ଚାଲିଥିବା ଜାତୀୟ ଉପ କନିଷ୍ଠ ବାଳିକା ହକି ପ୍ରତିଯୋଗିତାରେ ଓଡ଼ିଶା ଏବଂ ଗାଙ୍ଗ୍ପୁର ଓଡ଼ିଶା ଦଳ ନିଜ ନିଜର ପ୍ରଥମ ବିଜୟ ହାସଲ କରିଛନ୍ତି।
ବୁଧବାର ଓଡ଼ିଶା ଖେଳିଥିବା ଦ୍ବିତୀୟ ମ୍ୟାଚ୍ରେ କର୍ଣ୍ଣାଟକକୁ ୩-୦ ଗୋଲ୍ରେ ପରାସ୍ତ କରିଥିଲା। ଓଡ଼ିଶା ପାଇଁ ୩୩ତମ ମିନିଟ୍ରେ ସୁମି ମୁନ୍ଦାରୀ ପେନାଲ୍ଟି କର୍ଣ୍ଣର ଜରିଆରେ ପ୍ରଥମ ଗୋଲ୍ ଦେଇଥିଲେ। ଏହା ପରେ ୪୫ ମିନିଟ୍ରେ ରଶ୍ମୀ କିସାନ ଓ ୫୫ ମିନିଟ୍ରେ ସୁମିଙ୍କ ଦ୍ବିତୀୟ ଗୋଲ୍ ବଳରେ ଓଡ଼ିଶା ଏକତରଫା ଭାବେ ମ୍ୟାଚ୍କୁ ଜିତିପାରିଥିଲା। ଏଥିପୂର୍ବରୁ ସୋମବାର ବିଳମ୍ବିତ ରାତିରେ ଶେଷ ହୋଇଥିବା ପ୍ରଥମ ମ୍ୟାଚ୍ରେ ଓଡ଼ିଶା ୨-୬ ଗୋଲ୍ରେ ହରିୟାଣାଠୁ ପରାସ୍ତ ହୋଇଥିଲା। ଓଡ଼ିଶା ପରବର୍ତ୍ତୀ ମ୍ୟାଚ୍ ୩୧ ତାରିଖରେ ବିହାର ସହ ଖେଳିବ।
ସେହିପରି ପ୍ରତିଯୋଗିତା (ଏ ଡିଭିଜନ୍)ର ମଙ୍ଗଳବାର ଏକ ମ୍ୟାଚ୍ରେ ଗାଙ୍ଗ୍ପୁର ଓଡ଼ିଶା ଦଳ ବିଜୟୀ ହୋଇଛି। ପ୍ରଥମ ମ୍ୟାଚ୍ରେ ଭୋପାଳଠୁ ହାରିଥିବା ଏହି ଦଳ ମଙ୍ଗଳବାର ବଡ଼ ବ୍ୟବଧାନ ୮-୨ ଗୋଲ୍ରେ ଦିଲ୍ଲୀକୁ ପରାସ୍ତ କରିଛି। ଗାଙ୍ଗ୍ପୁର ପକ୍ଷରୁ ସୁନିତା ଖାଖା (୧୭, ୩୦ ମିନିଟ୍) ଦୁଇଟି, ପ୍ରତିଭା ଏକ୍କା (୩ ମିନିଟ୍), ନିକିତା ଟପ୍ପୋ (୭ ମିନିଟ୍), ସୁଶିଳା ବାଦା (୨୬ ମିନିଟ୍), ଅଧିନାୟକ ଜ୍ୟୋତି ଛତ୍ରୀ (୩୭ ମିନିଟ୍), ସୋନିଆ ଟପ୍ନୋ (୪୨ ମିନିଟ୍) ଏବଂ ଡଲି ଭୋଇ (୪୬ ମିନିଟ୍) ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ।
ଜାତୀୟ ବାଳିକା ହକି: ଓଡ଼ିଶା ଓ ଗାଙ୍ଗପୁରର ପ୍ର୍ରଥମ ବିଜୟ
/sambad/media/post_attachments/wp-content/uploads/2019/05/hokey-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)