କଟକ: ଉତ୍ତରାଖଣ୍ତରେ ଉଦ୍‌ଯାପିତ ହୋଇଥିବା ଜାତୀୟ ଉପକନିଷ୍ଠ ଖୋଖୋ ପ୍ରତିଯୋଗିତାରେ ଓଡ଼ିଶା ବାଳିକା ଦଳ ଇତିହାସ ରଚିଛି। ଦୀର୍ଘ ୨୮ ବର୍ଷ ପରେ ଓଡ଼ିଶା ସେମିଫାଇନାଲ୍‌କୁ ପ୍ରବେଶ କରିବା ସହ ପ୍ରଥମ ଥର ଫାଇନାଲ୍‌ ଖେଳିଥିଲା। ତେବେ ବୁଧବାର ଫାଇନାଲ୍‌ରେ ଓଡ଼ିଶା ୬-୭ ପଏଣ୍ଟ୍‌ରେ ମହାରାଷ୍ଟ୍ରଠୁ ହାରି ରୌପ୍ୟରେ ସନ୍ତୁଷ୍ଟ ରହିଥିଲା। ଓଡ଼ିଶା ପାଇଁ ଶୁଭଶ୍ରୀ ସି˚ହ, କାଦମ୍ବିନୀ ମାଝୀ, ର˚ଜିତା ବାରିକ, ଅର୍ଚ୍ଚନା ମାଝୀ ପଏଣ୍ଟ୍‌ ସ˚ଗ୍ରହ କରିଥିଲେ। ଓଡ଼ିଶାର ସଫଳତା ପାଇଁ ପ୍ରଶିକ୍ଷକ ତପନ କୁମାର ଦାସ, ପ୍ରବନ୍ଧକ ରୋଜାଲିନ ପରିଡ଼ାଙ୍କ ସହ ରାଜ୍ୟ ସ˚ଘ ସଭାପତି ନାରାୟଣ ପାତ୍ର, ସାଧାରଣ ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ର, କୋଷାଧ୍ୟକ୍ଷ ପାର୍ଥସାରଥୀ ମହାପାତ୍ର, ଉପଦେଷ୍ଟା ଆଶୀର୍ବାଦ ବେହେରା ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।