ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ଠାରେ ଶନିବାର ଦଶମ ଉପକନିଷ୍ଠ ରଗ୍‌ବି ସେଭେନ୍ସ ବାଳିକା ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଛି। ପ୍ରଥମ ଦିବସରେ ଓଡ଼ିଶା ଦଳ ଚମତ୍କାର ପ୍ରଦର୍ଶନ କରିଛି। ପୁଲ୍‌-ଡି’ରେ ସ୍ଥାନ ପାଇଥିବା ଏହି ଆୟୋଜକ ଦଳ ନିଜର ପ୍ରଥମ ଦୁଇ ମ୍ୟାଚ୍‌ରେ ଏକତରଫା ଭାବେ ଉତ୍ତରପ୍ରଦେଶକୁ ୩୫-୦ରେ ଏବଂ ରାଜସ୍ଥାନକୁ ୨୮-୦ରେ ହରାଇଛି। ସେହିପରି ଗତବର୍ଷର ବିଜେତା ମହାରାଷ୍ଟ୍ର ଓ ଉପବିଜେତା ବିହାର ନିଜ ନିଜ ଗ୍ରୁପ୍‌ରେ ବିଜୟ ଧାରା ଜାରି ରଖିଛନ୍ତି। ମହାରାଷ୍ଟ୍ର ୩୩-୦ରେ ଆସାମକୁ, ୪୦-୦ରେ ଜମ୍ମୁ କାଶ୍ମୀରକୁ ଏବଂ ବିହାର ୬୭-୦ରେ ଝାଡ଼ଖଣ୍ଡକୁ, ୬୪-୦ରେ ମଣିପୁରକୁ ହରାଇଛି। 

Advertisment

Horoscope 2026 January 17: ଜାଣନ୍ତୁ ଆଜିର ରାଶିଫଳ

ଉଦ୍‌ଘାଟନୀ ଉତ୍ସବରେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି କ୍ରୀଡ଼ା ପ୍ରତିଯୋଗିତାର ଶୁଭାରମ୍ଭ କରିଥିଲେ। ଭାରତୀୟ ରଗ୍‌ବି ଦଳର ଉପଅଧିନାୟିକା ତଥା ଓଡ଼ିଶାର ତାରକା ଖେଳାଳି ଡୁମୁନି ମାର୍ଣ୍ଡି ଟ୍ରଫିକୁ ପଡ଼ିଆକୁ ନେଇ ସ୍ଥାପନା କରିବା ପରେ ସମସ୍ତ ୨୪ ଦଳର ଅଧିନାୟିକାମାନେ ଜଣକ ପରେ ଜଣେ ପଡ଼ିଆ ଭିତରକୁ ପ୍ରବେଶ କରିଥିଲେ। ନିୟମ ଅନୁଯାୟୀ, ଆୟୋଜକ ଦଳ ଓଡ଼ିଶାର ଅଧିନାୟିକା ସବାଶେଷରେ ପଡ଼ିଆ ଭିତରକୁ ଯାଇଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ସୂରଜଙ୍କୁ ଭାରତୀୟ ରଗ୍‌ବି ଫୁଟବଲ୍ ୟୁନିୟନ (ଆଇଆର୍‌ଏଫ୍‌ୟୁ)ର ସମ୍ପାଦକ ଜେରାଲ୍‌ଡ ପ୍ରଭୁ ସମ୍ବର୍ଦ୍ଧିତ କରିଥିଲେ। ଉଦ୍‌ଘାଟନୀ ଉତ୍ସବରେ କ୍ରୀଡ଼ା ସଚିବ ସଚିନ ରାମଚନ୍ଦ୍ର ଯାଦବ, ନିର୍ଦ୍ଦେଶକ ୟେଦୁଲା ବିଜୟ, ଅତିରିକ୍ତ ଶାସନ ସଚିବ ଅଶୋକ କୁମାର ପଣ୍ଡା ଓ ବିଜୟ କୁମାର ସ୍ବାଇଁଙ୍କ ସମେତ ଓଡ଼ିଶା ରଗ୍‌ବି ଫୁଟ୍‌ବଲ୍‌ ସଂଘର ଉପସଭାପତି ଉପେନ୍ଦ୍ର ମହାନ୍ତି ଉପସ୍ଥିତ ଥିଲେ।

Tallest Mahakal Idol: ସିଲିଗୁଡ଼ିରେ ନିର୍ମାଣ ହେବ ବିଶ୍ବର ସର୍ବୋଚ୍ଚ ମହାକାଳ ମୂର୍ତ୍ତି, ଘୋଷଣା କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ...