ଜାତୀୟ ଗ୍ରାପ୍‌ଲିଂରେ ଓଡ଼ିଶାକୁ ୧୩ ପଦକ

ଭୁବନେଶ୍ୱର: ମହାରାଷ୍ଟ୍ରର ନାସିକ୍‌ ଇନ୍‌ଡୋର ଷ୍ଟାଡିୟମ୍‌ରେ ଆୟୋଜିତ ଏକାଦଶ ଜାତୀୟ ଗ୍ରାପ୍‌ଲିଂ ପ୍ରତିଯୋଗିତାରେ ଓଡ଼ିଶା ୧୩ (୯ ସ୍ୱର୍ଣ୍ଣ, ୩ ରୌପ୍ୟ, ୧ କାଂସ୍ୟ) ପଦକ ସହ ଅଭିଯାନ ଶେଷ କରିଛି। ପୂର୍ବରୁ ୬ (୪ ସ୍ୱର୍ଣ୍ଣ, ୨ ରୌପ୍ୟ) ପଦକ ପାଇଥିଲା ବେଳେ ରବିବାର ଶେଷ ଦିନରେ ଏଥିରେ ଆଉ ୭ (୫ ସ୍ୱର୍ଣ୍ଣ, ୧ ରୌପ୍ୟ, ୧ କାଂସ୍ୟ) ପଦକ ଯୋଡ଼ିଥିଲା। ବାଳିକା ବର୍ଗ ଫାଇଟିଂରେ ଅନୁଷ୍କା ପ୍ରିୟଦର୍ଶିନୀ (୫୬ କେଜି), ମମତା ସହୁ (୪୯ କେଜି) ଓ ମୋନାଲି ସାହୁ (୫୭ କେଜି) ଏବଂ ବାଳକରେ ରାଧାକାନ୍ତ ସେଠୀ (୫୮ କେଜି ଏବଂ ଡି ଭଗବାନ ରେଡ୍ଡୀ (୫୯ କେଜି) ସ୍ୱର୍ଣ୍ଣ ପଦକ ଜିତିଥିଲେ। ତନ୍ମେଶ ପୁନିତ ଲେଙ୍କା (୫୯ କେଜି) ରୌପ୍ୟ ଏବଂ ଶୁଭକାନ୍ତ ବିଶ୍ୱାଳ (୬୦ କେଜି) କାଂସ୍ୟ ପଦକ ଜିତିଥିଲେ। ଓଡ଼ିଶା ଗ୍ରାପ୍‌ଲିଂ ଦଳର ସଫଳତା ପାଇଁ ରାଜ୍ୟ ସଂଘର ସଂପାଦକ ଡ. ହରିପ୍ରସାଦ ପଟ୍ଟନାୟକ ଏବଂ ଉତ୍କଳ କରାଟେ ସ୍କୁଲ୍‌ର କର୍ମକର୍ତାମାନେ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର