ଜାତୀୟ ଗ୍ରାପ୍‌ଲିଙ୍ଗ୍‌ରେ ଓଡ଼ିଶାକୁ ୧୧ ପଦକ

ଭୁବନେଶ୍ୱର: ଏକାଦଶତମ ଜାତୀୟ ବରିଷ୍ଠ ଗ୍ରାପ୍‌ଲିଙ୍ଗ୍‌ ପ୍ରତିଯୋଗିତାରେ ଓଡ଼ିଶାକୁ ୫ ସ୍ୱର୍ଣ୍ଣ, ୪ ରୌପ୍ୟ ଓ ୨ କାଂସ୍ୟ ସହ ମୋଟ ୧୧ ପଦକ ମିଳିଛି। ଚଳତି ମାସ ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ହରିଆଣାରେ ଆୟୋଜିତ ଏହି ପ୍ରତିଯୋଗିତାର ମହିଳା ବର୍ଗରେ ସୋନମ ସାହୁ ୨ ସ୍ୱର୍ଣ୍ଣ ଏବଂ ମମତା ସାହୁ ଗୋଟିଏ ଲେଖାଏଁ ସ୍ୱର୍ଣ୍ଣ ଓ ରୌପ୍ୟ ଜିତିଥିଲେ। ପୁରୁଷରେ ଶ୍ରୀକାନ୍ତ ଶେଖର ଓ  ଊମାମହେଶ୍ୱର ରେଡ୍ଡୀ ସ୍ୱର୍ଣ୍ଣ ଜିତିଥିଲେ। ଅଂଶୁମାନ ମହାନ୍ତି (ରୌପ୍ୟ ଓ କାଂସ୍ୟ) ଦୁଇ ପଦକ ପାଇଥିଲା ବେଳେ ଓ୍ଵାଲଟର ଡାନି, ଶୈଳଶ୍ରୀ ମହାନ୍ତି ଗୋଟିଏ ଲେଖାଏଁ ରୌପ୍ୟ ଏବଂ ଅଭିଷେକ  ମିଶ୍ର ଗୋଟିଏ କାଂସ୍ୟ ଜିତିଥିଲେ। ସଫଳତା ଲାଗି ଓଡ଼ିଶା ଗ୍ରାପ୍‌ଲିଙ୍ଗ୍‌ ସଂଘର ସମ୍ପାଦକ ଡକ୍ଟର ହରିପ୍ରସାଦ ପଟ୍ଟନାୟକ ଓ ସମସ୍ତ କର୍ମକର୍ତା ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର