ଭୁବନେଶ୍ୱର: କିଟ୍ ଡିମ୍ଡ ବିଶ୍ୱବିଦ୍ୟାଳୟ ଏବଂ ସର୍ବଭାରତୀୟ ଚେସ ସଂଘ ମିଳିତ ଆନୁକୂଲ୍ୟରେ କିଟ୍ ବିଶ୍ୱବିଦ୍ୟାଳୟରେ ଚାଲିଥିବା ୩୮ତମ ଜାତୀୟ ଦଳଗତ ଚେସ୍ ପ୍ରତିଯୋଗିତାର ଉଭୟ ଓପନ୍ ଓ ମହିଳା ବର୍ଗରେ ବିଜେତା ହୋଇ ପେଟ୍ରୋଲିୟମ୍ ସ୍ପୋର୍ଟସ ପ୍ରମୋସନ୍ ବୋର୍ଡ (ପିଏସ୍ପିବି) ଦ୍ୱିମୁକୁଟ ଅର୍ଜନ କରିବା ଏକ ପ୍ରକାର ନିଶ୍ଚିତ ହୋଇଛି। ଓପନ୍ ବର୍ଗରେ ଅଷ୍ଟମ ରାଉଣ୍ଡ୍ ସୁଦ୍ଧା ୧୬ ପଏଣ୍ଟ୍ ପାଇ ପିଏସ୍ପିବି ଦଳ ପ୍ରଥମ ସ୍ଥାନରେ ରହିଥିବାବେଳେ ଆର୍ଏସ୍ପିବି ‘ଏ’ ୧୩ ଏବଂ ‘ବି’ ୧୨ ପଏଣ୍ଟ୍ ସହ ପରବର୍ତୀ ଦୁଇ ସ୍ଥାନରେ ରହିଛନ୍ତି। ସେହିଭଳି ମହିଳା ବର୍ଗରେ ଷଷ୍ଠ ରାଉଣ୍ଡ୍ ସୁଦ୍ଧା ପିଏସ୍ପିବି ୧୨ ପଏଣ୍ଟ୍ ପାଇ ଶୀର୍ଷରେ ଥିବାବେଳେ ଏୟାର ଇଣ୍ଡିଆ ୯, ଏୟାରପୋର୍ଟ ଓ ତାମିଲନାଡୁ ସମାନ ୮ ପଏଣ୍ଟ୍ ପାଇଛନ୍ତି। ବୁଧବାର ଆଉ ଗୋଟିଏ ଲେଖାଏଁ ରାଉଣ୍ଡ୍ ସହ ଏହି ପ୍ରତିଯୋଗିତା ଉଦ୍ଯାପିତ ହେବ। ଓଡ଼ିଶାରୁ ୭ ଦଳ ଭାଗ ନେଇଥିଲେ ମଧ୍ୟ ଶୀର୍ଷ ୩ ଭିତରେ ରହିବା ସମ୍ଭାବନା ମଉଳିଯାଇଛି। କେବଳ ବ୍ୟକ୍ତିଗତ ଭାବେ କିଛି ଓଡ଼ିଆ ଖେଳାଳି ପୁରସ୍କୃତ ହେବା ସମ୍ଭାବନା ରହିଛି।
ଜାତୀୟ ଦଳଗତ ଚେସ୍:ପିଏସ୍ପିବିକୁ ଦ୍ୱିମୁକୁଟ ନିଶ୍ଚିତ
/sambad/media/post_attachments/wp-content/uploads/2018/02/chess-board-.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)