ବ୍ରହ୍ମପୁରରେ ହେବ ଜାତୀୟ ଭାରୋତ୍ତୋଳନ

ବ୍ରହ୍ମପୁର: ଭିତ୍ତିଭୂମିକୁ ସୁଦୃଢ଼ କରାଯିବା ସହିତ ଚଳିତ ବର୍ଷ ଶେଷ ସୁଦ୍ଧା ବ୍ରହ୍ମପୁରରେ ଜାତୀୟ ଭାରୋତ୍ତଳନ ପ୍ରତିଯୋଗିତା ଆୟୋଜନ କରାଯିବ। ଏଥିରେ ଭାରତର ବିଭିନ୍ନ ରାଜ୍ୟରୁ ପ୍ରତିଯୋଗୀ ଭାଗ ନେବେ। ଏହାକୁ ସଫଳ କରିବା ପାଇଁ ରାଜ୍ୟ ସରକାର, ଜିଲା ପ୍ରଶାସନ ଏବଂ ସାଧାରଣ ଜନତାଙ୍କ ସହଯୋଗ କାମନା କରାଯାଇଛି। ପୂର୍ବରୁ ୨୦୧୧ ଓ ୨୦୧୬ ମସିହାରେ ଜାତୀୟ ଭାରୋତ୍ତଳନ ପ୍ରତିଯୋଗିତା ବ୍ରହ୍ମପୁରରେ ଅନୁଷ୍ଠିତ ହୋଇଥିଲା। ସୋମବାର ବ୍ରହ୍ମପୁରରେ ଅନୁଷ୍ଠିତ ଜିଲ୍ଲା ସଂଘ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ରାଜ୍ୟ ଭାରୋତ୍ତୋଳନ ସଂଘ ସାଧାରଣ ସମ୍ପାଦକ ନାରାୟଣ ସାହୁ, ଜାତୀୟ ଭାରୋତ୍ତୋଳନ ସଂଘ ପ୍ରଶିକ୍ଷକ ସୀତା ପ୍ରସାଦ ପଟ୍ଟନାୟକ, ସଂଘର ଉପଦେଷ୍ଟା ରବି ରଥ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର