ଜାତୀୟ ଶକ୍ତିଉତ୍ତୋଳନ ଲାଗି ଓଡ଼ିଶା ଦଳ

ଭୁବନେଶ୍ୱର: ଚଳିତ ମାସ ୨୬ରୁ ୩୦ ତାରିଖ ପର୍ଯ୍ୟନ୍ତ ଉତ୍ତର ପ୍ରଦେଶର ଲକ୍ଷ୍ନୌଠାରେ ଆୟୋଜିତ ଜାତୀୟ ଅନ୍‌ଇକ୍ୟୁପ୍‌ଟ ଶକ୍ତିଉତ୍ତୋଳନ ପ୍ରତିଯୋଗିତା ଲାଗି ଓଡ଼ିଶା ଦଳ ଘୋଷିତ ହୋଇଛି। ପ୍ରଶିକ୍ଷକ ଓ ପ୍ରବନ୍ଧକ ଭାବେ ସଂଜୟ କୁମାର ନାୟକ, ସତ୍ୟବ୍ରତ ବେହେରା, ସନ୍ତୋଷ କୁମାର ବାରିକ ଓ ସଂଗ୍ରାମ କେଶରୀ ବେହେରା ଓଡ଼ିଶା ଦଳ ସହ ଲକ୍ଷ୍ନୌ ଗସ୍ତ କରିଛନ୍ତି। ଖେଳାଳି ଓ ଅଧିକାରୀଙ୍କୁ ସଂଘର ସଭାପତି ସାଂସଦ କଲିକେଶ ନାରାୟଣ ସିଂଦେଓ, ଉପସଭାପତି ହରିପ୍ରସାଦ ପଟ୍ଟନାୟକ, କୋଷାଧ୍ୟକ୍ଷ ଦେବାଶିଷ ଆଚାର୍ଯ୍ୟ, ସଂଘର ସଦସ୍ୟ ନବକୁମାର ସାହୁ ଏବଂ ସମ୍ପାଦକ ଚିତ୍ତରଂଜନ ସ୍ୱାଇଁ ଶୁଭେଚ୍ଛା ଜଣାଇଛନ୍ତି।
ଓଡ଼ିଶା ଦଳ: ଦେବାଶିଷ ଦେ, ଅଭିଷେକ ମହାନ୍ତି, ଶିବମ ମହାନ୍ତି (ଉପ କନିଷ୍ଠ ବାଳକ) ରଂଜନ ହାଂସଦ, ବିଶ୍ୱଜିତ ଜେନା, ସୁଦାମ ସିଂହ, ଆତିଶ କୁମାର ବେଜ, ଶରତ ନାୟକ, ଦୀନେଶ ଚନ୍ଦ୍ର ସାହୁ, ଦୁଷ୍ମନ୍ତ ସାହୁ (କନିଷ୍ଠ ବାଳକ), ସୀମାରାଣୀ ସିଂହ, ଭାରତୀ ପାତ୍ର, ଲକ୍ଷ୍ମୀମଣି ସିଂହ, ରୂପାଲୀ ପଲେଇ, ଦେବୀ ସିଂହ, ଧନମଣି ଟୁଡ଼ୁ, ବନ୍ଦିତା ତୁଙ୍ଗ, ପଦ୍ମାବତୀ ସିଂହ (କନିଷ୍ଠ ବାଳିକା), ସୋନୁ ସିଂହ, ବସନ୍ତ ମାଲେକା, ବିଚିତ୍ର ନାୟକ, ସୌମ୍ୟରଂଜନ ସାହୁ, ରାକେଶ କୁମାର ସତପଥୀ, ଦୀପକ କୁମାର ନାୟକ, ସୌମ୍ୟରଂଜନ ସାହୁ, ତରଣଦୀପ ସିଂହ, ସନ୍ତୋଷ କୁମାର ବାରିକ (ବରିଷ୍ଠ ପୁରୁଷ), ଲକ୍ଷ୍ମୀମଣି ସିଂହ, ରୂପାଲୀ ପଲେଇ, ଦେବୀ ସିଂହ, ଅନୁପମା ସ୍ୱାଇଁ, ଚନ୍ଦ୍ରବଦନୀ ମହନ୍ତ, ସଂଗୀତା ସିଂହ, ସଂଯୁକ୍ତା ସାହୁ (ବରିଷ୍ଠ ମହିଳା), ସୁଜିତ କୁମାର ଗିରି, ବିଟିଭି ରାମଣାମୂର୍ତ୍ତି, ପ୍ରଫୁଲ୍ଲ କୁମାର ଅମଲ୍‌ତ୍ୟା, ନାରାୟଣ ସେଠୀ, ଭାସ୍କର ବେହେରା ଓ ରାଜେନ୍ଦ୍ର ପରିଡ଼ା (ମାଷ୍ଟର୍ସ)।

ସମ୍ବନ୍ଧିତ ଖବର