ଭୁବନେଶ୍ୱର: ତୃତୀୟ ଜାତୀୟ କନିଷ୍ଠ ଟେନିସ୍ କ୍ରିକେଟ୍ ପ୍ରତିଯୋଗିିତା ଲାଗି ରବିବାର ୧୫ ଜଣିଆ ଓଡ଼ିଶା ଦଳ ଘୋଷିତ ହୋଇଛି। ମଧ୍ୟପ୍ରଦେଶର ଉଜ୍ଜୟିନୀଠାରେ ଏହା ୨୦ରୁ ୨୩ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ୪୦ ଜଣଙ୍କୁ ନେଇ ନହରକଣ୍ଟାସ୍ଥିତ ଜୟଦେବ କଲେଜ ପଡ଼ିଆରେ ଏକ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରୁ ୧୫ ଜଣଙ୍କୁ ଚୂଡ଼ାନ୍ତ ଦଳ ଲାଗି ଚୟନ କରାଯାଇଛି ବୋଲି ଟେନିସ୍ କ୍ରିକେଟ୍ ସଂଘର ବୈଷୟିକ ମୁଖ୍ୟ ତଥା ଓଡ଼ିଶା ଟେନିସ୍ କ୍ରିକେଟ୍ ସଂଘର ସମ୍ପାଦକ ରିଣ୍ଟୁ ମିତ୍ର ଜଣାଇଛନ୍ତି।
ଓଡ଼ିଶା ଦଳ: ଦୀପକ କୁମାର ପରିଡ଼ା (ଅଧିନାୟକ), ସ୍ମୃତି ଚନ୍ଦନ ଦାସ (ଉପଅଧିନାୟକ), ପ୍ରସାଦ ଖୁଣ୍ଟିଆ, ରାହୁଲ ସୁନ୍ଦରାୟ, ନବ କିଶୋର ଦାସ, ବିକ୍ରମ ଦାସ, ମହମ୍ମଦ ଇର୍ଫାନ୍, ପରମେଶ୍ୱର ଦାସ, ରୋମିତ ରଂଜନ ବାରିକ, ରିତିକ ରୋସନ ନାୟକ, ବିଶାଲ ବିଶ୍ୱଜିତ, ହେମନ୍ତ ଗୁରୁ, ଜାହାଙ୍ଗୀର ହୁସେନ୍, ମିର୍ଜା ଅନ୍ସର ବେଗ୍, ଗୌରବ ରାଉତ। ଦୀପକ କୁମାର ମଲ୍ଲିକ (ପ୍ରଶିକ୍ଷକ), ବାସୁଦେବ ଓଝା (ପ୍ରବନ୍ଧକ), ସୁଧାକର ମୁଦୁଲି (ସହ ପ୍ରବନ୍ଧକ)।
ଜାତୀୟ କନିଷ୍ଠ ଟେନିସ୍ କ୍ରିକେଟ୍ ଲାଗି ଓଡ଼ିଶା ଦଳ
/sambad/media/post_attachments/wp-content/uploads/2018/06/Odisha-tenns.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)