ରାଜ୍ୟ କନିଷ୍ଠ ଫୁଟ୍‌ବଲ୍‌ ଦଳ ଚୟନ ଶିବିର ୧୦ରୁ

କଟକ,: ରାଜ୍ୟ ଫୁଟ୍‌ବଲ୍‌ ସଂଘ (ଫାଓ) ପକ୍ଷରୁ ଆସନ୍ତା ୧୦ ତାରିଖରୁ କନିଷ୍ଠ ଦଳ ପାଇଁ ଖେଳାଳି ଚୟନ କରାଯିବ। ତେଣୁ ଶିବିରରେ ଯୋଗଦେବାକୁ ଆଗ୍ରହୀ ଖେଳାଳିଙ୍କ ସର୍ବନିମ୍ନ ଯୋଗ୍ୟତା ଧାର୍ଯ୍ୟ କରାଯାଇଛି। ଯେଉଁମାନେ ୨୦୦୧ ମସିହା ଜାନୁଆରି ୧ ତାରିଖରୁ ୨୦୦୨ ଡିସେମ୍ବର ୩୧ ତାରିଖ ମଧ୍ୟରେ ଜନ୍ମଗ୍ରହଣ କରିଥିବେ ସେମାନେ ନିଜ ନିଜର ଜନ୍ମ ପ୍ରମାଣପତ୍ର ସହ ଫାଓ ସହିତ ଯୋଗାଯୋଗ କରିବାକୁ କୁହାଯାଇଛି। ଡିସେମ୍ବର ମାସରେ ପଞ୍ଜାବରେ ଅନୁଷ୍ଠିତ ହେବାକୁ ଥିବା ବିସି ରଏ ଟ୍ରଫି ଜାତୀୟ କନିଷ୍ଠ ଫୁଟ୍‌ବଲ୍‌ ପ୍ରତିଯୋଗିତା ପାଇଁ ଏହି ଦଳ ଚୟନ ହେବ ବୋଲି ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର