ଭୁବନେଶ୍ବର: ପଞ୍ଜାବର ଫଗୱାରାରେ ସୋମବାର ଶେଷ ହୋଇଥିବା ଜାତୀୟ କନିଷ୍ଠ ଓ ଯୁବ ଉଷୁ ପ୍ରତିଯୋଗିତାରେ ଓଡ଼ିଶାକୁ ୧ ସ୍ବର୍ଣ୍ଣ ସହ ମୋଟ ୪ ପଦକ ମିଳିଛି। ଯୁବ ବର୍ଗର ୪୮ କିଲୋଗ୍ରାମ ଶ୍ରେଣୀରେ ରାଜେଶ ମୁଣ୍ଡା ଓଡ଼ିଶା ପାଇଁ ଏକମାତ୍ର ସ୍ବର୍ଣ୍ଣ ପଦକ ଜିତିଥିଲେ। କନିଷ୍ଠ ବର୍ଗ ବାଳକ ବିଭାଗ ୪୫ କିଲୋଗ୍ରାମରେ ପ୍ରେମ ମୁଣ୍ଡା ଏବଂ ୪୮ କିଲୋଗ୍ରାମରେ ଅନ୍ତର୍ଜାତୀୟ କିକ୍ ବକ୍ସର ବବ୍ଲୁ ମୁଣ୍ଡା ରୌପ୍ୟ ପଦକ ଜିତିଥିଲେ। କନିଷ୍ଠ ବାଳିକା ୪୫ କିଲୋଗ୍ରାମରେ ସୁମିତ୍ରା ମୁଣ୍ଡା କାଂସ୍ୟ ପଦକ ଜିତିଥିଲେ। ଅକ୍ଟୋବର ୨୦ରୁ ୨୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ଓଡ଼ିଶାରୁ ୨୪ ଜଣ ଖେଳାଳିଙ୍କ ସହ ଏକ ୩୦ ଜଣିଆ ଦଳ ଭାଗ ନେଇଥିଲା। ଅନ୍ତର୍ଜାତୀୟ ବିଚାରକ ପ୍ରଦ୍ୟୁମ୍ନ ବେହେରା ମୁଖ୍ୟ ବିଚାରକ ଏବଂ ଅନୁରାଧା ଦୋରା ବୈଷୟିକ ଅଧିକାରୀ ଭାବେ ଅଂଶଗ୍ରହଣ କରିଥିଲେ। ପଙ୍କଜ ମହାନ୍ତ, ସୁଜନ ରଥ ପ୍ରଶିକ୍ଷକ ଭାବେ ଏବଂ ବିଶାଖା ପ୍ରିୟଦର୍ଶିନୀ ଓ ଉଦୟ ନାଥ ଦଳର ପ୍ରବଂଧକ ଭାବେ ଜଳନ୍ଧର ଗସ୍ତ କରିଥିଲେ।
ଜାତୀୟ କନିଷ୍ଠ ଓ ଯୁବ ଉଷୁ: ରାଜେଶଙ୍କୁ ସ୍ବର୍ଣ୍ଣ, ଓଡ଼ିଶାକୁ ୪ ପଦକ
/sambad/media/post_attachments/wp-content/uploads/2021/10/654g65j45g6d4j5dgj132dj132gjddgjdgjd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)