ଜାତୀୟ କନିଷ୍ଠ ଦୌଡ଼କୁଦ: ମନୀଷାଙ୍କୁ ରୌପ୍ୟ

କଟକ: ଆନ୍ଧ୍ରପ୍ରଦେଶର ଗୁଣ୍ଟୁରରେ ଜାତୀୟ କନିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା ଆରମ୍ଭ ହୋଇଛି। ଶନିବାର ପ୍ରଥମ ଦିନ ୨୦ ବର୍ଷରୁ କମ୍‌ ବାଳିକା ଲମ୍ବଡିଆଁରେ ମନୀଷା ମେରେଲ ରୌପ୍ୟ ପଦକ ଜିତିଛନ୍ତି। ସେ ୬.୦୭ ମିଟର ଡେଇଁ ଏହି ସଫଳତା ପାଇଛନ୍ତି। ଏହି ଇଭେଣ୍ଟରେ କେରଳର ସାନ୍ଦ୍ରା ବାବୁ ୬.୧୬ ମିଟର ସହ ସ୍ବର୍ଣ୍ଣ ଓ ଆନ୍ସି ସୋଜାନ୍‌ ୫.୯୬ ମିଟର ସହ କା˚ସ୍ୟ ପଦକ ହାସଲ କରିଛନ୍ତି। ଅନ୍ୟପକ୍ଷରେ ୧୬ ବର୍ଷରୁ କମ୍‌ ବାଳିକା ଲମ୍ବ ଡିଆଁରେ କାଜଲ ମାଝୀ, ୧୮ ବର୍ଷରୁ କମ୍‌ ବାଳିକା ୧୦୦ ମିଟର ଦୌଡ଼ରେ ମଧୁମିତା ଦେବ, ୨୦ ବର୍ଷରୁ କମ୍‌ ବାଳିକା ୧୦୦ ମିଟର ଦୌଡ଼ରେ ଦୀପାଳି ମହାପାତ୍ର ଫାଇନାଲ୍‌କୁ ଯୋଗ୍ୟତା ଅର୍ଜନ କରିଛନ୍ତି। ୧୮ ବର୍ଷରୁ କମ୍‌ ବାଳିକା ୪୦୦ ମିଟର ଦୌଡ଼ରେ ସୁଖି ବାସ୍କେ ସେମି ଫାଇନାଲ୍‌କୁ ଉନ୍ନୀତ ହୋଇଛନ୍ତି। ପ୍ରତିଯୋଗିତାରେ ଓଡ଼ିଶାରୁ ୭ ବାଳକ ଓ ୧୧ ବାଳିକା ଖେଳାଳି ଅ˚ଶଗ୍ରହଣ କରିଛନ୍ତି।

ସମ୍ବନ୍ଧିତ ଖବର