ଜାତୀୟ କନିଷ୍ଠ ଦୌଡ଼କୁଦ: ପ୍ରଥମ ଦିନ ଓଡ଼ିଶାକୁ ୬ ସ୍ୱର୍ଣ୍ଣ

କଟକ: ବିହାରର ପାଟଣାରେ ଶନିବାରଠୁ ଆରମ୍ଭ ହୋଇଛି ପୂର୍ବାଞ୍ଚଳ କନିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା। ପ୍ରଥମ ଦିନ ଓଡ଼ିଶାର କ୍ରୀଡ଼ାବିତ୍‌ମାନେ ୬ ସ୍ୱର୍ଣ୍ଣ ପଦକ ଜିତିନେଇଛନ୍ତି। ଏହାବ୍ୟତୀତ ୮ ରୌପ୍ୟ ଓ ୯ କାଂସ୍ୟ ପଦକ ଓଡ଼ିଶା କ୍ରୀଡ଼ାବିତ୍‌ମାନେ ହାସଲ କରିଛନ୍ତି। ଅଲିମ୍ପିଆନ୍‌ ଅନୁରାଧା ବିଶ୍ୱାଳଙ୍କ ଝିଅ ଆଂଶିକା ରାଉତରାୟ ୧୪ ବର୍ଷରୁ କମ୍‌ ବାଳିକା ସଟ୍‌ପୁଟ୍‌ରେ ୧୧.୪୭ ମିଟର ଫିଙ୍ଗି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ତାଙ୍କ ପଛକୁ ଅରୁଣାଚଳ ପ୍ରଦେଶର ଅଚେଇକ ଓ୍ଵାଙ୍ଗସା ୧୦.୬୯ ମିଟର ସହ ଦ୍ୱିତୀୟ ଓ ପଶ୍ଚିମବଙ୍ଗର ଅର୍ପିତା ଭଣ୍ଡାରୀ ୧୦.୪୫ ମିଟର ସହ ତୃତୀୟ ହୋଇଥିଲେ। ଅନ୍ୟ ଇଭେଣ୍ଟ ଗୁଡ଼ିକ ମଧ୍ୟରେ ୨୦ ବର୍ଷରୁ କମ୍‌ ବାଳକ ଉଚ୍ଚ ଡିଆଁରେ ସ୍ୱାଧୀନ କୁମାର ମାଝୀ, ୧୮ ବର୍ଷରୁ କମ୍‌ ବାଳିକା ୧୦୦ ମିଟର ଦୌଡ଼ରେ ମନୀଷା ମେରେଲ, ୨୦ ବର୍ଷରୁ କମ୍‌ ବାଳକ ଲମ୍ବ ଡିଆଁରେ ସରୁଣ ପ୍ରୟାସସିଂହ, ୧୪ ବର୍ଷରୁ କମ୍‌ ବାଳକ ୬୦୦ ମିଟର ଦୌଡ଼ରେ ସୁରେନ୍ଦ୍ର ଖାରା, ୨୦ ବର୍ଷରୁ କମ୍‌ ବାଳିକା ଡିସ୍‌କସ୍‌ରେ ଉତ୍କଳିକା ପ୍ରିୟଦର୍ଶିନୀ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେହିପରି ୧୮ ବର୍ଷରୁ କମ୍‌ ବାଳକ ୧୧୦ ମିଟର ବାଧାଦୌଡ଼ରେ ପୁଙ୍ଗା ସୋରେନ୍‌, ୧୮ ବର୍ଷରୁ କମ୍‌ ବାଳିକା ୧୦୦ ମିଟର ଦୌଡ଼ରେ ସୁଖୀ ବାସ୍କେ, ୧୬ ବର୍ଷରୁ କମ୍‌ ବାଳିକା ଡିସ୍‌କସ୍‌ରେ ବୁଧିନି ମାଝୀ, ୧୮ ବର୍ଷରୁ କମ୍‌ ବାଳିକା ଲମ୍ବ ଡିଆଁରେ ମନୀଷା ମେରେଲ, ୧୫୦୦ ମିଟର ଦୌଡ଼ରେ ସବିତା ମହନ୍ତ, ୨୦ ବର୍ଷରୁ କମ୍‌ ବାଳକ ୧୫୦୦ ମିଟର ଦୌଡ଼ରେ ଭୀମସେନ ଜାନକା, ୨୦ ବର୍ଷରୁ କମ୍‌ ବାଳିକା ଜାଭଲିନ୍‌ରେ ପ୍ରିୟଙ୍କା ଟପ୍ପୋ, ୧୮ ବର୍ଷରୁ କମ୍‌ ବାଳିକା ୫୦୦୦ ମିଟର ଚାଲିରେ ତେଜସ୍ୱିନୀ କିସ୍‌ପୋଟା ରୌପ୍ୟ ପଦକ ପାଇଛନ୍ତି। ୧୮ ବର୍ଷରୁ କମ୍‌ ବାଳିକା ଡିସ୍‌କସ୍‌ରେ ଇଭା ଡଙ୍ଗ, ୨୦ ବର୍ଷରୁ କମ୍‌ ବାଳକ ୧୧୦ ମିଟର ବାଧାଦୌଡ଼ରେ ପ୍ରସନ୍ନଜିତ ଖାଖା, ୧୮ ବର୍ଷରୁ କମ୍‌ ବାଳକ ଡିସ୍‌କସ୍‌ରେ ଅଭିଷେକ ପଣ୍ଡା, ୧୪ ବର୍ଷରୁ କମ୍‌ ବାଳିକା ୧୦୦ ମିଟର ବାଧାଦୌଡ଼ରେ ଜମୁନା ଟୁଡୁ, ୨୦ ବର୍ଷରୁ କମ୍‌ ବାଳକ ୧୦୦ ମିଟର ଦୌଡ଼ରେ ପ୍ରସନ୍ନଜିତ କୁଜୁର, ୧୪ ବର୍ଷରୁ କମ୍‌ ବାଳିକା ୬୦୦ ମିଟର ଦୌଡ଼ରେ ବାସନ୍ତୀ ମାଝୀ, ୨୦ ବର୍ଷରୁ କମ୍‌ ବାଳିକା ୧୫୦୦ ମିଟର ଦୌଡ଼ରେ ଅମ୍ବିକା ଡିଲା, ୧୮ ବର୍ଷରୁ କମ୍‌ ବାଳିକା ୫୦୦୦ ମିଟର ଚାଲିବାରେ ମାଳତୀ ମୁର୍ମୁ, ୧୪ ବର୍ଷରୁ କମ୍‌ ବାଳକ ଟ୍ରାଏଥଲନ୍‌ରେ ବିକ୍ରମ ଟୁନିଆ କାଂସ୍ୟ ପଦକ ପାଇଛନ୍ତ।

ସମ୍ବନ୍ଧିତ ଖବର