ଜାତୀୟ କନିଷ୍ଠ ଦୌଡ଼କୁଦ, ମଧୁମିତାଙ୍କୁ କାଂସ୍ୟ: ଓଡ଼ିଶାକୁ ୭ ପଦକ

ଭୁବନେଶ୍ବର: ଗୁଆହାଟୀର ସର୍ସୁଜାଇ ଷ୍ଟାଡିୟମ୍‌ରେ ଆୟୋଜିତ ୩୬ତମ ଜାତୀୟ କନିଷ୍ଠ ଦୌଡ଼କୁଦ ପ୍ରତିଯୋଗିତାରେ ଓଡ଼ିଶା ୭ (୧ ସ୍ବର୍ଣ୍ଣ, ୨ ‌ରୌପ୍ୟ, ୪ କାଂସ୍ୟ) ପଦକ ସହ ଅଭିଯାନ ଶେଷ କରିଛି। ବୁଧବାର ଉଦ୍‌ଯାପନୀ ଦିବସରେ ମଧୁମିତ‌ା ଦେବ ଓଡ଼ିଶା ପାଇଁ ଶେଷ ପଦକ ଜିତିଥିଲେ। ସେ ୨୦ ବର୍ଷରୁ କମ୍‌ ବାଳିକା ବର୍ଗର ୨୦୦ ମିଟର ଦୌଡ଼କୁ ୨୪.୯୦ ସେକେଣ୍ଡରେ ଶେଷ କରି ତୃତୀୟ ସ୍ଥାନରେ ରହି କାଂସ୍ୟ ପଦକ ଜିତିଥିଲେ। ପୂର୍ବରୁ ଏହି ପ୍ରତିଯୋଗିତାରେ ସବିତା ଟୋପ୍ପୋ ଦୁଇଟି (ସ୍ବର୍ଣ୍ଣ, ରୌପ୍ୟ) ପଦକ ଜିତିଥିଲା ବେଳେ ମନୀଷା ମେରାଲ ରୌପ୍ୟ ଏବଂ ରାଜେନ୍ଦ୍ର ସିଦ୍ଧୁ, ଓମ୍‌କାର ପ୍ରସାଦ ନନ୍ଦ ଓ ପ୍ରାଚୀ ପ୍ରିୟଦର୍ଶିନୀ ମହାରଣା ଗୋଟିଏ ଲେଖାଏଁ କାଂସ୍ୟ ଜିତିଥିଲେ।

ସମ୍ବନ୍ଧିତ ଖବର