ଜାତୀୟ କନିଷ୍ଠ ଦୌଡ଼କୁଦ : ଦ୍ବିତୀୟ ଦିନରେ ଓଡ଼ିଶାକୁ ୨ କା˚ସ୍ୟ

କଟକ : ଆନ୍ଧ୍ରପ୍ରଦେଶର ଗୁଣ୍ଟୁରରେ ଚାଲିଥିବା ଜାତୀୟ କନିଷ୍ଠ ଦୌଡ଼କୁଦରେ ଓଡ଼ିଶା ଦ୍ବିତୀୟ ଦିନ ଦୁଇଟି କା˚ସ୍ୟ ପଦକ ପାଇଛି। ପ୍ରଥମ ଦିନ ୨୦ ବର୍ଷରୁ କମ୍‌ ବାଳିକା ଲମ୍ବଡିଆଁରେ ମନୀଷା ମେରେଲ ରୌପ୍ୟ ଜିତିଥିବା ବେଳେ ରବିବାର କାଜଲ ମାଝୀ ଓ ରାଜେନ୍ଦ୍ର ସିଦ୍ଧୁ କା˚ସ୍ୟ ପଦକ ହାସଲ କରିଛନ୍ତି। ଫଳରେ ଓଡ଼ିଶାର ପଦକ ସ˚ଖ୍ୟା ୩ରେ ପହଞ୍ଚିଛି। ରବିବାର ୧୬ ବର୍ଷରୁ କମ୍‌ ବାଳିକା ଲମ୍ବ ଡିଆଁରେ କାଜଲ ୫.୪୮ ମିଟର ଡେଇଁ ଏହି ସଫଳତା ପାଇଥିଲେ। ତାଙ୍କ ବ୍ୟତୀତ କର୍ଣ୍ଣାଟକର ସାହିଲ ସି˚ହ ୬.୧୫ ମିଟରରେ ସ୍ବର୍ଣ୍ଣ ଜିତିବା ସହ ନୂଆ ଜାତୀୟ କୀର୍ତ୍ତିମାନ ସ୍ଥାପନ କରିଥିଲେ। ରାଜସ୍ଥାନର ସୁସ୍ମିତା ୫.୪୯ ମିଟର ସହ ରୌପ୍ୟ ପଦକ ହାସଲ କରିଥିଲେ। ଅନ୍ୟପକ୍ଷରେ ୧୪ ବର୍ଷରୁ କମ୍‌ ବାଳକ ଲମ୍ବଡିଆଁରେ ରାଜେନ୍ଦ୍ର ୬.୧୭ ମିଟରରେ କା˚ସ୍ୟ ପଦକ ପାଇଛନ୍ତି। ଏହି ଇଭେଣ୍ଟରେ ବିହାରର ରାକେଶ କୁମାର ଯାଦବ (୬.୩୯ ମିଟର) ସ୍ବର୍ଣ୍ଣ ଓ ତାମିଲନାଡୁର ବଲଜିଭ କେ (୬.୩୬ ମିଟର) ରୌପ୍ୟ ପଦକ ପାଇଥିଲେ। ଏହାବାଦ୍‌ ୧୮ ବର୍ଷରୁ କମ୍‌ ବାଳିକା ୧୦୦ ମିଟର ଦୌଡ଼ରେ ମଧୁମିତା ଦେବ ଚତୁର୍ଥ ଓ ୨୦ ବର୍ଷରୁ କମ୍‌ ବାଳିକା ୧୦୦ ମିଟର ଦୌଡ଼ରେ ଦୀପାଳି ମହାପାତ୍ର ସପ୍ତମ ସ୍ଥାନରେ ରହିଥିଲେ।

ସମ୍ବନ୍ଧିତ ଖବର