ଜାତୀୟ କନିଷ୍ଠ ଦୌଡ଼କୁଦ: ଜାଭଲିନ୍‌ରେ ଧନମତୀଙ୍କୁ ସ୍ବର୍ଣ୍ଣ

କଟକ : ଆସାମର ଗୁଆହାଟୀରେ ଆରମ୍ଭ ହୋଇଥିବା ୩୭ତମ ଜାତୀୟ କନିଷ୍ଠ ଦୌଡ଼କୁଦ ପ୍ରତିଯୋଗିତାରେ ଓଡ଼ିଶାକୁ ପ୍ରଥମ ସ୍ବର୍ଣ୍ଣ ପଦକ ମିଳିଛି। ପ୍ରଥମ ଦିନରେ ୨୦ ବର୍ଷରୁ କମ୍‌ ବାଳିକା ବର୍ଗରେ ଧନମତି ଖେସ୍‌ ଜା‌ଭେଲିନ୍‌ରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ସେ ୪୦.୬୪ ମିଟର‌ ଜାଭେଲିନ୍‌ ଫିଙ୍ଗି ଏହି ସଫଳତା ପାଇଛନ୍ତି। ଏହି ଇଭେଣ୍ଟରେ କେରଳର ଐଶ୍ବର୍ଯ୍ୟା ସୁରେଶ ୩୮.୯୯ ମିଟର ସହ ରୌପ୍ୟ ଓ ରାଜସ୍ଥାନର ଖୁସି ଯାଦବ ୩୮.୪୬ ମିଟର ସହ ‌କାଂସ୍ୟ ପଦକ ହାସଲ କରିଛନ୍ତି। ଏହି ସଫଳତା ପାଇଁ ଓଡ଼ିଶା ଦୌଡ଼କୁଦ ସଂଘର ସଂପାଦକ ଆଶୀର୍ବାଦ ବେହେରା ଧନମତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ଜାତୀୟ ଦୌଡ଼କୁଦ ପ୍ରତି‌ଯୋଗିତାରେ ଓଡ଼ିଶାରୁ ୩୯ଜଣ କ୍ରୀଡ଼ାବିତ୍‌ ଅଂଶଗ୍ରହଣ କରିଛନ୍ତ।

ସମ୍ବନ୍ଧିତ ଖବର