କଟକରେ ଜାତୀୟ କନିଷ୍ଠ ବାସ୍କେଟବଲ୍‌

କଟକ: ଆସନ୍ତା ସେପ୍ଟେମ୍ବର ୩ରୁ ୯ ତାରିଖ ପର୍ଯ୍ୟନ୍ତ କଟକର ଜବାହରଲାଲ୍‌ ନେହରୁ ଇଣ୍ତୋର ଷ୍ଟାଡିୟମ ପରିସରରେ ୪୬ତମ ଜାତୀୟ କନିଷ୍ଠ ବାସ୍କେଟବଲ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ ପାଖାପାଖି ୫୪ ବାଳକ ଓ ବାଳିକା ଦଳ ଅ˚ଶଗ୍ରହଣ କରିବେ। ଏହାବ୍ୟତୀତ ପ୍ରାୟ ୧ହଜାର ଖେଳାଳି ଓ ମ୍ୟାଚ୍‌ ପରିଚାଳନା ଅଧିକାରୀ ଏଠାକୁ ଆସିବେ ବୋଲି ରାଜ୍ୟ ବାସ୍କେଟବଲ ସ˚ଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ବାରବାଟୀ ଷ୍ଟାଡିୟମସ୍ଥିତ ହର୍ସଗେଟ୍‌ ହଲ୍‌ରେ ଏହି ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଖେଳାଳିମାନଙ୍କୁ ବାରବାଟୀ ଷ୍ଟାଡିୟମ ସହିତ ବିଭିନ୍ନ ହୋଟେଲରେ ରହିବା ବ୍ୟବସ୍ଥା କରାଯାଉଛି। ପ୍ରାୟ ୨୦୦ ରୁମ୍‌ ବୁକ୍‌ କରାଯାଉଥିବା ସୂଚନା ଦିଆଯାଇଛି। ସଫଳତାର ସହ ପ୍ରତିଯୋଗିତା ପରିଚାଳନା ପାଇଁ ବିଭିନ୍ନ କମିଟି ଓ ସବ୍‌ କମିଟି ଗଠନ କରାଯାଇଛି। ଏଥିପାଇଁ ଦେଢ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ପୂର୍ବରୁ ଓଡ଼ିଶାରେ ୟୁଥ, କନିଷ୍ଠ ବିଭାଗରେ ଜାତୀୟ ପ୍ରତିଯୋଗିତା ଆୟୋଜିତ ହୋଇଥିଲା ବେଳେ ପ୍ରଥମ ଥର ପାଇଁ ଜାତୀୟ ଉପ କନିଷ୍ଠ ପ୍ରତିଯୋଗିତା ଆୟୋଜନ ପାଇଁ ଅଧିକାର ମିଳିଛି। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସ˚ଘ ସଭାପତି ଅଶୋକ ସାହୁ, ସାଧାରଣ ସମ୍ପାଦକ ଜ୍ଞାନର˚ଜନ ପରିଡ଼ା, ଉପ ସଭାପତି ମନୋର˚ଜନ ମହାନ୍ତି, ଜେ କାମେଶ୍ବର ରାଓ, ଶରତ ଚନ୍ଦ୍ର ମହାପାତ୍ର, ଅମୀୟ ମହାପାତ୍ର, କୋଷାଧ୍ୟକ୍ଷ ଟିକେ ବେହେରା, ଓଡ଼ିଶା ଅଲିମ୍ପିକ୍‌ ସ˚ଘ ଭାରପ୍ରାପ୍ତ ସମ୍ପାଦକ ଅଭିଜିତ ପାଲ୍‌, ବିଜୟ ଦାସ, ଶ୍ରଦ୍ଧାନନ୍ଦ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ କୋଲକାତାରେ ଗତ ମାର୍ଚ୍ଚ ୨୮ରୁ ୩୧ ତାରିଖ ମଧ୍ୟରେ ଆୟୋଜିତ ପୂର୍ବାଞ୍ଚଳ ଆମନ୍ତ୍ରଣୀୟ ବାସ୍କେଟବଲ୍‌ରେ ବିଜେତା ହୋଇଥିବା ଓଡ଼ିଶା ଦଳର ସମସ୍ତ ସଦସ୍ୟଙ୍କୁ ୨ହଜାର ଟଙ୍କା ଲେଖାଏଁ ପ୍ରଦାନ ସହିତ ସମ୍ବର୍ଧିତ କରାଯାଇଥିଲା।

ସମ୍ବନ୍ଧିତ ଖବର