ଭୁବନେଶ୍ବର: ଓଡ଼ିଶା ବାସ୍କେଟବଲ୍ ସଂଘ (ଓବିଏ) ଆନୁକୂଲ୍ୟରେ ୪୬ତମ ଜାତୀୟ ଉପକନିଷ୍ଠ ବାସ୍କେଟବଲ୍ ପ୍ରତିଯୋଗିତା ମଙ୍ଗଳବାରଠୁ କଟକ ବାରବାଟୀ ଷ୍ଟାଡିୟମସ୍ଥିତ ଇନ୍ଡୋର କମ୍ପ୍ଲେକ୍ସ ଏବଂ ଜବାହରଲାଲ ନେହରୁ ଇନ୍ଡୋର ଷ୍ଟାଡିୟମରେ ଆରମ୍ଭ ହୋଇଛି। ଉଦ୍ଘାଟନୀ ଉତ୍ସବରେ ଓଡ଼ିଶା ଦୌଡ଼କୁଦ ସଂଘ ସମ୍ପାଦକ ଆଶୀର୍ବାଦ ବେହେରା, ଅଲିମ୍ପିଆନ୍ ଡିପି ଇରାନି, ଭାରତୀୟ ବାସ୍କେଟବଲ୍ ମହାସଂଘ ସଭାପତି କେ ଗୋବିନ୍ଦରାଜ, ମହାସଚିବ ଚନ୍ଦର ମୁଖି ଶର୍ମା, କୋଷାଧ୍ୟକ୍ଷ ଭି ରଘୋଥାମନ ଅତିଥି ଭାବେ ଉପସ୍ଥିତ ଥିଲେ। ଓବିଏ ସଭାପତି ଅଶୋକ କୁମାର ସାହୁ ସଭା ପରିଚାଳନା କରିଥିଲା ବେଳେ ସମ୍ପାଦକ ଜ୍ଞାନ ରଂଜନ ପରିଡ଼ା ଧନ୍ୟବାଦ ଦେଇଥିଲେ। ଉଦ୍ଘାଟନୀ ଦିବସରେ ବାଳକ ବର୍ଗରେ ଗତଥରର ବିଜେତା ଉତ୍ତର ପ୍ରଦେଶ ୫୯-୫୨ରେ କର୍ଣ୍ଣାଟକକୁ ପରାସ୍ତ କରି ବିଜୟରୁ ଅଭିଯାନ ଆରମ୍ଭ କରିଛି। ଅନ୍ୟ ବାଳକ ବର୍ଗରେ ରାଜସ୍ଥାନ ୮୬-୩୬ରେ ଆନ୍ଧ୍ରପ୍ରଦେଶକୁ, ପଞ୍ଜାବ ୫୯-୨୩ରେ ବିହାରକୁ, ମିଜୋରାମ ୫୯-୧ରେ ଗୋଆକୁ, ତେଲେଙ୍ଗାନା ୬୭-୨୧ରେ ଉତ୍ତରାଖଣ୍ଡକୁ, ଗୁଜରାଟ ୪୫-୩୯ରେ ମଣିପୁରକୁ, କେରଳ ୪୭-୪ରେ ପୁଡ଼ୁଚେରିକୁ ଏବଂ ହରିଆଣା ୬୬-୩୪ରେ ତାମିଲନାଡ଼ୁକୁ ପରାସ୍ତ କରିଥିଲା। ବାଳିକା ବର୍ଗରେ ଗତ ଥରର ବିଜେତା ପଂଜାବ ଆରମ୍ଭରୁ ପରାଜୟ ମୁହଁ ଦେଖିଛି। ଏହି ଦଳକୁ ୪୮-୫୮ରେ କର୍ଣ୍ଣାଟକ ହରାଇ ଦେଇଛି। ଅନ୍ୟ ମ୍ୟାଚ୍ଗୁଡ଼ିକରେ ମହାରାଷ୍ଟ୍ର ୬୪-୧୯ରେ ହରିଆଣାକୁ, ତେଲେଙ୍ଗାନା ୨୯-୮ରେ ଉତ୍ତରାଖଣ୍ଡକୁ, ଗୁଜରାଟ ୩୬-୧୬ରେ ମଣିପୁରକୁ, ଚଣ୍ଡିଗଡ଼ ୩୬-୧୬ରେ ଆନ୍ଧ୍ରପ୍ରଦେଶକୁ, ତାମିଲନାଡ଼ୁ ୬୫-୧୫ରେ ରାଜସ୍ଥାନକୁ, ଦିଲ୍ଲୀ ୪୯-୩୫ରେ ଛତିଶଗଡ଼କୁ ଏବଂ ପୁଡ଼ୁଚେରି ୩୧-୧୦ରେ ବିହାରକୁ ପରାସ୍ତ କରିଥିଲା।
ଜାତୀୟ ଉପକନିଷ୍ଠ ବାସ୍କେଟ୍ବଲ୍ ଉଦ୍ଘାଟିତ
/sambad/media/post_attachments/wp-content/uploads/2019/09/zgfsdhdfhgjfhkghklhfkrfykfhk.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)