ନକ୍‌ଆଉଟ ଦୌଡ଼ରୁ ଓଡ଼ିଶା ବାଦ୍‌, ଜାତୀୟ ଉପକନିଷ୍ଠ ବାସ୍କେଟବଲ

କଟକ: ଚଳିତ ଜାତୀୟ ଉପକନିଷ୍ଠ ବାସ୍କେଟବଲ୍‌ ପ୍ରତିଯୋଗିତାର ନକ୍‌ଆଉଟ ପର୍ଯ୍ୟାୟରୁ ଓଡ଼ିଶା ବାଳକ ଓ ବାଳିକା ଦଳ ବାଦ୍‌ ପଡ଼ିଛନ୍ତି। ଶନିବାରଠୁ କ୍ବାର୍ଟର ଫାଇନାଲ୍‌ ଆରମ୍ଭ ହେବ। ବାଳକ ବିଭାଗରେ ହରିୟାଣା, ତାମିଲନାଡୁ, ଛତିଶଗଡ଼, ରାଜସ୍ଥାନ, ମହାରାଷ୍ଟ୍ର ଓ ପଞ୍ଜାବ କ୍ବାର୍ଟର ଫାଇନାଲ୍‌ରେ ପ୍ରବେଶ କରିସାରିଛନ୍ତି। ସେହିପରି ବାଳିକା ବିଭାଗରେ ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ, ରାଜସ୍ଥାନ, ଦିଲ୍ଲୀ ଓ କେରଳ କ୍ବାର୍ଟରରେ ପ୍ରବେଶ କରିଛନ୍ତି। ଶୁକ୍ରବାର ବାଳିକା ବିଭାଗ ମ୍ୟାଚ୍‌ଗୁଡ଼ିକ ମଧ୍ୟରେ ମହାରାଷ୍ଟ୍ର ୭୦-୪୭ରେ କେରଳକୁ, ହିମାଚଳ ପ୍ରଦେଶ ୩୯-୫ରେ ମଣିପୁରକୁ, ଚଣ୍ଡିଗଡ଼ ୧୯-୮ରେ ଗୋଆକୁ, ଉତ୍ତରପ୍ରଦେଶ ୬୮-୪୫ରେ ଛତିଶଗଡ଼କୁ, ଦିଲ୍ଲୀ ୬୦-୪୫ରେ ଉତ୍ତରପ୍ରଦେଶକୁ, କେରଳ ୬୫-୬୦ରେ ପଞ୍ଜାବକୁ ହରାଇଥିଲେ। ସେହିପରି ବାଳକ ବିଭାଗରେ ହରିୟାଣା ୭୬-୨୫ରେ ଉତ୍ତରପ୍ରଦେଶକୁ, ମହାରାଷ୍ଟ୍ର ୭୧-୬୧ରେ ପଞ୍ଜାବକୁ, ରାଜସ୍ଥାନ ୮୮-୩୮ରେ ବିହାରକୁ, ତାମିଲନାଡୁ ୬୩-୪୯ରେ ଛତିଶଗଡ଼କୁ, ପଶ୍ଚିମବଙ୍ଗ ୬୭-୨୮ରେ ଗୋଆକୁ ହରାଇଥିଲେ।

ସମ୍ବନ୍ଧିତ ଖବର