କଟକ: ଲୁଧିଆନାରେ ସୋମବାରଠୁ ଆରମ୍ଭ ହେଉଛି ଜାତୀୟ କନିଷ୍ଠ ବାସ୍କେଟବଲ୍ ପ୍ରତିଯୋଗିତା। ଏଥିରେ ଭାଗ ନେବାକୁ ଓଡ଼ିଶାରୁ ୧୨ ଜଣିଆ ପୁରୁଷ ଓ ୧୨ ଜଣିଆ ମହିଳା ଦଳ ଲୁଧିଆନା ଗସ୍ତ କରିଛନ୍ତି। ପୁରୁଷ ଦଳରେ ଶ୍ରୀକାନ୍ତ ଜେନା, ଅଭିଷେକ ପଶୁପାଳକ, ସୁରେଶ ଦାସ, ମନୀଷ କୁଜୁର, ଶରତ ନାୟକ, ମୃତ୍ୟୁଞ୍ଜୟ ସାହୁ, ପ୍ରଶାନ୍ତ ବେହେରା, ଏ ବିବେକ, ଅଦୈତ ପ୍ରକାଶ, ଗନ୍ତ ବାସୁଦେବ ଚନ୍ଦ୍ର, ବାସୁ ମଲ୍ଲିକ, ଶ୍ୟାମ ସୁନ୍ଦର ବେହେରା ସ୍ଥାନ ପାଇଥିଲା ବେଳେ ଶଶୀକାନ୍ତ ନାୟକ ପ୍ରଶିକ୍ଷକ ଓ ଶଶୀକାନ୍ତ ମହାନ୍ତି ପ୍ରବନ୍ଧକ ଭାବେ ନିଯୁକ୍ତ ହୋଇଛନ୍ତି। ସେହିପରି ମହିଳା ଦଳରେ ଲିପ୍ରାମୟୀ ଶତପଥୀ, ଦେବର୍ଶି ଦର୍ଶନ ଗିରି, ଆୟୁଷୀ ମଲ୍ଲିକ, ପ୍ରଗତି ରାୟ, ସୋନାଲୀ ମାଝୀ, ସୁପ୍ରଭା ଖେସ୍, ଆକାଂକ୍ଷା ଦାସ, ସଂଜନା ମହାପାତ୍ର, ସୁମତି ସିଂହଦେଓ, ଦେବଯାନୀ ବେହେରା, ଶିବାନୀ ମଲ୍ଲିକ, କରିସ୍ମା ବେହେରା ରହିଥିଲା ବେଳେ ପ୍ରଶିକ୍ଷକ ଭାବେ ସତ୍ୟବ୍ରତ ଆଚାର୍ଯ୍ୟ, ସହକାରୀ ପ୍ରଶିକ୍ଷକ ଶଶିକାନ୍ତ ମହାନ୍ତି, ପ୍ରବନ୍ଧକ ଭାବେ ସୌଦାମିନୀ ସ୍ୱାଇଁ ରହିଛନ୍ତି। ଏହି ପ୍ରତିଯୋଗିତା ୧୪ ତାରିଖରେ ଶେଷ ହେବ।
ଜାତୀୟ କନିଷ୍ଠ ବାସ୍କେଟ୍ବଲ୍ ପାଇଁ ଓଡ଼ିଶା ଦଳ
/sambad/media/post_attachments/wp-content/uploads/2018/05/basketball.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)