ଜାତୀୟ କନିଷ୍ଠ ମୁଷ୍ଟିଯୁଦ୍ଧ: ଅରିଜିତ୍‌ ଜିତିଲେ ସ୍ୱର୍ଣ୍ଣ

ଭୁବନେଶ୍ୱର: ଓଡ଼ିଆ ମୁଷ୍ଟିଯୋଦ୍ଧା ଅରିଜିତ୍‌ ମହାପାତ୍ର ତାମିଲନାଡ଼ୁରେ ଚାଲିଥିବା ୪୬ତମ ଜାତୀୟ କନିଷ୍ଠ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ କରାୟତ କରିଛନ୍ତି। ବୁଧବାର ୯୧ କିଲୋଗ୍ରାମ୍‌ରୁ ଅଧିକ ବର୍ଗର ଫାଇନାଲ୍‌ରେ ଅରିଜିତ୍‌ ୩-୨ରେ ମେଘାଳୟର ଭୋନାନଦ୍‌ଙ୍କୁ ପରାସ୍ତ କରିଥିଲେ। କଡ଼ା ସଂଘର୍ଷ ହୋଇଥିବା ଏହି ଫାଇନାଲ୍‌ ମ୍ୟାଚ୍‌ର ପ୍ରଥମ ରାଉଣ୍ଡ୍‌ ୧-୧ ଏବଂ ଦ୍ୱିତୀୟ ରାଉଣ୍ଡ୍‌ ମଧ୍ୟ ୧-୧ରେ ଶେଷ ହୋଇଥିଲା। କିନ୍ତୁ ତୃତୀୟ ରାଉଣ୍ଡ୍‌ରେ ଅରିଜିତ୍‌ ଗୋଟିଏ ପଏଣ୍ଟ୍‌ ହାସଲ କରିନେବା ସହ ଭୋନାନ୍ଦଙ୍କୁ ଆଉ ସୁଯୋଗ ଦେଇନଥିଲେ। ପୂର୍ବରୁ ତେଲେଙ୍ଗାନାର କୋଣ୍ଡା ସାଇ ଚରଣ ଏବଂ ମହାରାଷ୍ଟ୍ରର କପିଲ୍‌ଙ୍କୁ ହରାଇ ଅରିଜିତ୍‌ ଫାଇନାଲ୍‌ରେ ପ୍ରବେଶ କରିଥିଲେ।

କୋରାପୁଟ ଜିଲ୍ଲା ଜୟପୁର ସହରରେ ଜନ୍ମିିତ ତଥା ବିପିନ ବିହାରୀ ମହାପାତ୍ରଙ୍କ ସୁପୁତ୍ର ଅରିଜିତ୍‌ଙ୍କ ଏହି ସଫଳତାରେ ଓଡ଼ିଶା ମୁଷ୍ଟିଯୁଦ୍ଧ ସଂଘର ସଭାପତି ଟି କୃଷ୍ଣ ପାତ୍ର, ସାଧାରଣ ସମ୍ପାଦକ କବିରାଜ ଗୌଡ଼, ଉପସଭାପତି ଦଣ୍ଡପାଣି ପ୍ରଧାନ, ସୁଖେନ୍ଦୁ କୁମାର ଦାସ, ଯୁଗ୍ମ ସମ୍ପାଦକ ମହମ୍ମଦ ସାଜିଦ ହୁସାଇନା, କୋଷାଧ୍ୟକ୍ଷ ପ୍ରଦୀପ କୁମାର ରାଉତ ଏବଂ ପ୍ରଶିକ୍ଷକ ଶଙ୍କର ପ୍ରସାଦ ଅଧିକାରୀ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର