ଜାତୀୟ କନିଷ୍ଠ ହକି ପ୍ରଶିକ୍ଷଣ ଶିବିରରେ ୬ ଓଡ଼ିଆ

ଭୁବନେଶ୍ବର: ସୁଲ୍‌ତାନ୍‌ ଜୋହର କପ୍‌ର ନବମ ସଂସ୍କରଣ ପୂର୍ବରୁ ଭାରତୀୟ କନିଷ୍ଠ ହକି ଖେଳାଳିଙ୍କ ପାଇଁ ଏକ ପ୍ରଶିକ୍ଷଣ ଶିବିର ଆୟୋଜିତ ହେବ। ସୁଲ୍‌ତାନ ଜୋହର୍‌ କପ୍‌ ଆସନ୍ତା ଅକ୍ଟୋବର ୧୨ ତାରିଖରୁ ମାଲେସିଆରେ ଆରମ୍ଭ ହେବ। ଏଥିରେ ଭାରତ ବ୍ୟତୀତ ଅଷ୍ଟ୍ରେଲିଆ, ବ୍ରିଟେନ୍‌, ନ୍ୟୁଜିଲାଣ୍ଡ୍‌, ଜାପାନ ଓ ଆୟୋଜକ ମାଲେସିଆ ପ୍ରତିଦ୍ବନ୍ଦ୍ବିତା କରିବେ। ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ଭାରତୀୟ ଦଳ ଅକ୍ଟୋବର ୭ ତାରିଖରେ ମାଲେସିଆ ଯାତ୍ରା କରିବ। ତେଣୁ ଏହା ପୂର୍ବରୁ ୪ ସପ୍ତାହ ବ୍ୟାପୀ ଏକ ପ୍ରଶିକ୍ଷଣ ଶିବିର ବେଙ୍ଗାଲୁରୁ ସ୍ଥିତ ସାଇ କ୍ୟାମ୍ପସ୍‌ରେ ଆସନ୍ତା ସୋମବାରଠୁ ଆରମ୍ଭ ହେବ। ଏହ ଶିବିର ପାଇଁ ହକି ଇଣ୍ଡିଆ ଶନିବାର ଏକ ସମ୍ଭାବ୍ୟ ୩୩ ଜଣିଆ ଦଳ ଘୋଷଣା କରିଛି। ଆଉ ଏହି ଦଳରେ ଓଡ଼ିଶାରୁ ୬ ଜଣ ସ୍ଥାନ ପାଇଛନ୍ତି। ସେମାନେ ହେଲେ ଗୋଲ୍‌ରକ୍ଷକ ସାହିଲ କୁମାର ନାୟକ, ଡିଫେଣ୍ଡର ସୁମନ ବେକ୍‌, ପ୍ରତାପ ଲାକ୍ରା ଓ ନବିନ କୁଜୁର, ମିଡ୍‌ଫିଲ୍‌ଡର ଗ୍ରିଗୋରି ଖେସ୍‌ ଏବଂ ଫରୱାର୍ଡ ସୁଦୀପ ଚିର୍ମାକୋ। ସମସ୍ତ ଖେଳାଳିଙ୍କୁ ସାଇ କ୍ୟାମ୍ପସ୍‌ରେ ରିପୋର୍ଟ କରିବାକୁ କୁହାଯାଇଛି। ଶିବିରରେ ହକି ଇଣ୍ଡିଆ ହାଇ ପର୍ଫମାନ୍‌ସ ଡାଇରେକ୍ଟର ଡେଭିଡ୍‌ ଜନ୍‌ ଉପସ୍ଥିତ ରହିବେ। ଶିବିରରେ ଖେଳାଳିମାନେ ସେମାନଙ୍କ ମାନସିକ୍ ଶକ୍ତି ବୃଦ୍ଧି କରିବା ପାଇଁ ନିୟମିତ ମନସ୍ତତ୍ତ୍ବ ଉପରେ ପାଠ ପଢ଼ିବେ ବୋଲି ଡେଭିଡ୍‌ ଜନ୍‌ କହିଛନ୍ତି।

ସମ୍ବନ୍ଧିତ ଖବର