କଟକ: ଅରୁଣାଚଳ ପ୍ରଦେଶରେ ଜାତୀୟ ଉପ କନିଷ୍ଠ ଫୁଟବଲ ପ୍ରତିଯୋଗିତାର ଚୂଡ଼ାନ୍ତ ପର୍ଯ୍ୟାୟ ଆରମ୍ଭ ହୋଇଛି। ପ୍ରଥମ ଦିନରେ ଓଡ଼ିଶା ୩-୦ ଗୋଲରେ ତାମିଲନାଡୁକୁ ହରାଇଛି। ବିଜୟୀ ଦଳ ପାଇଁ ଅରବିନ୍ଦ ଲାକ୍ରା ୧୬ ମିନିଟ୍ରେ ପ୍ରଥମ ଗୋଲ, ୫୫ ମିନିଟ୍ରେ ଅଧିନାୟକ ଅନୀଲ ଟପ୍ପୋ ଓ ୭୫ ମିନିଟ୍ରେ ଶଶୀକାନ୍ତ ପ୍ରଧାନୀ ତୃତୀୟ ଗୋଲ ଦେଇ ଦଳକୁ ଜିତାଇଥିଲେ। ଓଡ଼ିଶା ପରବର୍ତ୍ତୀ ମ୍ୟାଚରେ ୬ ତାରିଖରେ ମହାରାଷ୍ଟ୍ରକୁ ଭେଟିବ।