କଟକ: ଓଡ଼ିଶା ଜାତୀୟ ଉପକନିଷ୍ଠ ଫୁଟ୍ବଲ୍ ପ୍ରତିଯୋଗିତାର ଫାଇନାଲ୍ରେ ପ୍ରବେଶ କରିଛି। ଅରୁଣାଚଳ ପ୍ରଦେଶରେ ଚାଲିଥିବା ଏହି ପ୍ରତିଯୋଗିତାର ଗୁରୁବାର ସେମିଫାଇନାଲ୍ରେ ଓଡ଼ିଶା ୬-୨ ଗୋଲ୍ରେ ଝାଡ଼ଖଣ୍ତକୁ ହରାଇଥିଲା। ମ୍ୟାଚ୍ର ଦ୍ବିତୀୟ ମିନିଟ୍ରେ ଓଡ଼ିଶା ଉପରେ ଏକ ଗୋଲ୍ ହୋଇଥିଲା ବେଳେ ୩୮ତମ ମିନିଟ୍ରେ ଅଜୟ ଟପ୍ପୋ ଏହାକୁ ଶୁଝି ଦେଇଥିଲେ। ପ୍ରଥମାର୍ଧ ପର୍ଯ୍ୟନ୍ତ ଆଉ ଗୋଲ୍ ହୋଇନଥିଲା। ତେବେ ଦ୍ବିତୀୟାର୍ଧରେ ୭୨ ମିନିଟ୍ରେ ଓଡ଼ିଶା ପୁଣି ଏକ ଗୋଲ ଖାଇଥିଲା। ତଥାପି ୩ ମିନିଟ୍ ପରେ ଓଡ଼ିଶା ଏହାକୁ ଶୁଝି ସ୍ଥିତି ୨-୨ କରି ଦେଇଥିଲା। ନିର୍ଧାରିତ ସମୟରେ ମ୍ୟାଚ୍ ୨-୨ ଗୋଲ୍ରେ ଅମୀମାଂସିତ ରହିବାରୁ ଅତିରିକ୍ତ ସମୟରେ ଅରବିନ୍ ଲାକ୍ରା (୧୦୯ ଓ ୧୧୧ ମିନିଟ୍) ଦୁଇଟି, ହରି ହେମ୍ବ୍ରମ୍ (୯୫ ମିନିଟ୍) ଓ ଅଜୟ (୧୧୪ ମିନିଟ୍) ଗୋଟିଏ ଲେଖାଏଁ ଗୋଲ୍ ଦେଇ ଓଡ଼ିଶାକୁ ଫାଇନାଲ୍ରେ ପହଞ୍ଚାଇଥିଲେ।
ଜାତୀୟ ଉପକନିଷ୍ଠ ଫୁଟ୍ବଲ୍ ଫାଇନାଲ୍ରେ ଓଡ଼ିଶା
/sambad/media/post_attachments/wp-content/uploads/2018/12/Untitled-5-9.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)