କଟକ: ଜାତୀୟ ଉପକନିଷ୍ଠ ଫୁଟ୍ବଲ୍ ପ୍ରତିଯୋଗିତାରେ ଇତିହାସ ରଚିଲା ଓଡ଼ିଶା। ଶନିବାର ଅରୁଣାଚଳ ପ୍ରଦେଶରେ ଖେଳାଯାଇଥିବା ଫାଇନାଲ୍ରେ ଓଡ଼ିଶା ସଡନ୍ ଡେଥ୍ରେ ଘରୋଇ ଦଳକୁ ପରାସ୍ତ କରି ପ୍ରଥମ ଥର ଲାଗି ବିଜେତା ହେବାର ଗୌରବ ବହନ କରିଛି। କଡ଼ା ସ˚ଘର୍ଷପୂର୍ଣ୍ଣ ଏହି ମ୍ୟାଚ୍ର ନିର୍ଧାରିତ ସମୟ ସାଙ୍ଗକୁ ଅତିରିକ୍ତ ଅଧଘଣ୍ଟାର ଖେଳ ମଧ୍ୟ ଗୋଲ୍ ଶୂନ୍ୟ ରହିଥିଲା। ଫଳରେ ପେନାଲ୍ଟି ଟାଇବ୍ରେକରର ସହାୟତା ନିଆଯାଇଥିଲା। ସେଥିରେ ଉଭୟ ଦଳ ୩ ଲେଖାଏଁ ଗୋଲ୍ ଦେବାରୁ ପୁଣି ଅମୀମା˚ସିତ ରହିଥିଲା। ଶେଷରେ ସଡନ୍ ଡେଥ୍ରେ ଓଡ଼ିଶା ମ୍ୟାଚ୍କୁ ଜିତିନେଇଥିଲା। ଏଥି ସହିତ ଓଡ଼ିଶାର କୌଣସି ପୁରୁଷ ଦଳ ଜାତୀୟ ଫୁଟ୍ବଲ୍ ପ୍ରତିଯୋଗିତାରେ ପ୍ରଥମ ଥର ଲାଗି ବିଜେତା ହେବାର ଇତିହାସ ରଚିଲା। ଓଡ଼ିଶା ଫୁଟ୍ବଲ୍ ଇତିହାସରେ ଏହା ସବୁଠୁ ଶ୍ରେଷ୍ଠ ମୁହୂର୍ତ ଥିଲା। ଓଡ଼ିଶା ଗୋଲ୍ ରକ୍ଷକ ବିଶାଲ ଓରାମ ପ୍ରତିଯୋଗିତାର ଶ୍ରେଷ୍ଠ ଗୋଲ୍ରକ୍ଷକ ଭାବେ ପୁରସ୍କୃତ ହୋଇଥିଲେ। ଓଡ଼ିଶାର ଏହି ସଫଳତା ପାଇଁ ରାଜ୍ୟ ଫୁଟ୍ବଲ୍ ସ˚ଘ (ଫାଓ) ସମ୍ପାଦକ ସ˚ଜୟ ବେହେରା ଦଳର ପ୍ରତ୍ୟେକ ସଦସ୍ୟଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା କରିଛନ୍ତି। ପ୍ରତିଯୋଗିତାରେ ଓଡ଼ିଶା ଲିଗ୍ ପର୍ଯ୍ୟାୟରେ ତାମିଲନାଡୁକୁ ୩-୦, ମହାରାଷ୍ଟ୍ରକୁ ୪-୨ ଏବଂ ଅରୁଣାଚଳ ପ୍ରଦେଶକୁ ୧-୦ ଗୋଲ୍ରେ ହରାଇଥିଲା ବେଳେ ପଞ୍ଜାବ ସହିତ ୧-୧ ଗୋଲ୍ରେ ଅମୀମା˚ସିତ ରଖିଥିଲା। ଗ୍ରୁପ୍ ବିଜେତା ହେବା ପରେ ସେମିଫାଇନାଲ୍ରେ ଓଡ଼ିଶା ୬-୨ ଗୋଲ୍ରେ ଝାଡ଼ଖଣ୍ତକୁ ହରାଇ ଫାଇନାଲ୍ରେ ପ୍ରବେଶ କରିଥିଲା।
ଜାତୀୟ ଉପକନିଷ୍ଠ ଫୁଟ୍ବଲ୍, ଇତିହାସ ରଚିଲା ଓଡ଼ିଶା
ଜାତୀୟ ପ୍ରତିଯୋଗିତାରେ ପ୍ରଥମ ଥର ବିଜେତା
/sambad/media/post_attachments/wp-content/uploads/2018/12/Untitled-4-12.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)