ଜାତୀୟ କନିଷ୍ଠ ଫୁଟ୍‌ବଲ୍‌ ପାଇଁ ଓଡ଼ିଶା ଦଳ

କଟକ: ପଞ୍ଜାବର ହୋସିଆର୍‌ପୁରଠାରେ ଜାତୀୟ କନିଷ୍ଠ ଫୁଟ୍‌ବଲ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିପାଇଁ ଗୁରୁବାର ଦେବ ମଡକାମୀଙ୍କ ନେତୃତ୍ୱରେ ୨୦ ଜଣିଆ ଓଡ଼ିଶା ଦଳ ଘୋଷିତ ହୋଇଛି। ୬ ତାରିଖରେ ଓଡ଼ିଶା ତା’ର ପ୍ରଥମ ମ୍ୟାଚ୍‌ ଗୋଆ ସହିତ ଖେଳିବ। ଏହାପରେ ୮ରେ ଦିଲ୍ଲୀ ଓ ୧୦ରେ କେରଳ ବିପକ୍ଷରେ ଓଡ଼ିଶା ମ୍ୟାଚ୍‌ ଖେଳିବ। ସରୋଜ କୁମାର ଦାସ ଓ ସୁରଜ ଥାପ୍ପା ଦଳର ପ୍ରଶିକ୍ଷକ ନିଯୁକ୍ତ ହୋଇଥିଲା ବେଳେ ଅମରେନ୍ଦ୍ର କୁମାର ସିଂହ ପର୍ଯ୍ୟବେକ୍ଷକ ଭାବେ ଦଳ ସହିତ ପଞ୍ଜାବ ଗସ୍ତ କରିବେ।

ଓଡ଼ିଶା ଦଳ: କାର୍ତ୍ତିକ ହନ୍ତାଲ, ରମେଶ ପାଙ୍ଗୀ, ଅଶ୍ୱିନୀ କୁମୁର, ଦେବ ମାଡକାମୀ, ଆୟୂଷ ମହାନ୍ତି, ଶିବୁ ସାମଲ, ପିଣ୍ଟୁ ସାମଲ, ରାଜା ଟପ୍ପୋ, ମହେନ୍ଦ୍ର ସୋରେନ୍‌, ପ୍ରଭାତ ଦଣ୍ଡସେନା, ସିଦ୍ଧାନ୍ତ ପ୍ରଧାନ, ସଂଜୟ ହେମ୍ବ୍ରମ୍‌, ପାଇକ ସୋରେନ୍‌, ସୁଶାନ୍ତ କୁମାର ନାଏକ, ଭଗବାନ ଚୁନେର୍‌, ଭବାନୀ ପ୍ରଧାନ, ସାନଖାଇ ବାକ୍ସି, କର୍ମ ମହନ୍ତ, ରଂଜନ ବୁଡେକ୍‌, ସେକ୍‌ କଲାମ।

ସମ୍ବନ୍ଧିତ ଖବର