କଟକ: ମହାରାଷ୍ଟ୍ରର ଔରଙ୍ଗାବାଦ୍ରେ ଶେଷ ହୋଇଥିବା ନବମ ଜାତୀୟ କନିଷ୍ଠ ହକି (ଡିଭିଜନ୍-ଏ)ରେ ଉତ୍ତରପ୍ରଦେଶକୁ ହରାଇ ଓଡ଼ିଶା ବିଜେତା ହୋଇଛି। ଗୁରୁବାର ସଂଘର୍ଷପୂର୍ଣ୍ଣ ଫାଇନାଲ୍ ମ୍ୟାଚ୍ରେ ଓଡ଼ିଶା ୪-୩ ପେନାଲ୍ଟି ସୁଟ୍ଆଉଟରେ ଉତ୍ତର ପ୍ରଦେଶକୁ ପରାସ୍ତ କରିଥିଲା। ନିର୍ଧାରିତ ସମୟ ମ୍ୟାଚ୍ ୧-୧ ଗୋଲ୍ରେ ଅମୀମା˚ସିତ ରହିଥିଲା। ୩୦ ମିନିଟ୍ରେ ଓଡ଼ିଶାର ସୁଶାନ୍ତ ଟପ୍ପୋ ପ୍ରଥମ ଗୋଲ୍ ଦେଇଥିଲା ବେଳେ ୪୪ ମିନିଟ୍ରେ ଶିବମ୍ ଆନନ୍ଦ ଉତ୍ତର ପ୍ରଦେଶ ପକ୍ଷରୁ ଏହାକୁ ଶୁଝି ଦେଇଥିଲେ। ତେଣୁ ଫଳାଫଳ ବାହାରିବା ପାଇଁ ସୁଟ୍ ଆଉଟ୍ କରାଯାଇଥିଲା ବେଳେ ଓଡ଼ିଶାର ପ୍ରକାଶ ଧୀର୍, ସୁଶୀଲ ଧନଵର, ଲାବନ ଲୁଗୁନ୍, କ୍ରିଷ୍ଣା ତିର୍କି ଗୋଲ୍ କରିଥିଲେ। ଉତ୍ତର ପ୍ରଦେଶ ପାଇଁ ବିଷ୍ଣୁ ସି˚ହ, ଅଭିଷେକ କୁମାର ସି˚ହ, ଗୋପିକୁମାର ସୋନାକର ଗୋଲ୍ ଦେଇଥିଲେ। ଓଡ଼ିଶା ଦଳର ଏହି ସଫଳତା ପାଇଁ ହକି ଓଡ଼ିଶା ସଭାପତି ଜଷ୍ଟିସ୍ ଏଏସ୍ ନାୟୁଡୁ ଓ ସମ୍ପାଦକ ପ୍ରତାପ ଶତପଥୀ ସମସ୍ତ ଖେଳାଳି ଓ ଦଳୀୟ କର୍ମକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ଅନ୍ୟପକ୍ଷରେ ମଧ୍ୟପ୍ରଦେଶକୁ ୨-୧ ଗୋଲ୍ରେ ପରାସ୍ତ କରି ହରିଆଣା ତୃତୀୟ ସ୍ଥାନ ପାଇଛି। ହାଇଦର ଅଲ୍ଲୀ ମଧ୍ୟପ୍ରଦେଶ ପାଇଁ ଏକମାତ୍ର ଗୋଲ୍ କରିବା ପରେ ବବି ସିଂହ ଧାମି ଓ ପର୍ମିତ୍ଙ୍କ ଗୋଲ୍ ହରିଆଣାକୁ କାଂସ୍ୟ ପଦକ ଭେଟି ଦେଇଥିଲା।
ଜାତୀୟ କନିଷ୍ଠ ହକି: ଓଡ଼ିଶା ବିଜେତା
/sambad/media/post_attachments/wp-content/uploads/2019/03/Untitled-6.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)