କଟକ: ଉତ୍ତରପ୍ରଦେଶର ସାଇଫାଇଠାରେ ଚାଲିଥିବା ଜାତୀୟ ଉପ କନିଷ୍ଠ ହକି ପ୍ରତିଯୋଗିତାର ସେମିଫାଇନାଲ୍ରେ ଓଡ଼ିଶା ଏବଂ ଗାଙ୍ଗପୁର ଦଳ ଭେଟାଭେଟି ହେବେ। ଗୁରୁବାର ଖେଳାଯାଇଥିବା କ୍ୱାର୍ଟର ଫାଇନାଲ୍ରେ ଓଡ଼ିଶା ୧-୦ ଗୋଲ୍ରେ ମଧ୍ୟପ୍ରଦେଶକୁ ଏବଂ ଗାଙ୍ଗପୁର ୩-୦ ଗୋଲ୍ରେ ଚଣ୍ଡିଗଡ଼କୁ ପରାସ୍ତ କରି ଏହି ଯୋଗ୍ୟତା ଅର୍ଜନ କରିଥିଲେ। ଓଡ଼ିଶା ପକ୍ଷରୁ ହାଇଦର ଅଲ୍ଲୀ ୪୯ ମିନିଟ୍ରେ ଏକମାତ୍ର ଗୋଲ୍ ଦେଇଥିଲା ବେଳେ ଗାଙ୍ଗପୁର ପକ୍ଷରୁ ଅଧିନାୟକ ସୁଦୀପ ଚିର୍ମାକୋ (୫, ୨୨, ୫୫ ମିନିଟ୍) ହ୍ୟାଟ୍ରିକ୍ ଅର୍ଜନ କରିଥିଲେ।
ଜାତୀୟ ଉପ କନିଷ୍ଠ ହକି
ସେମିରେ ଓଡ଼ିଶା-ଗାଙ୍ଗପୁର
/sambad/media/post_attachments/wp-content/uploads/2018/01/hockey-essay.jpg)