ଭୁବନେଶ୍ବର: ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଡିସେମ୍ବର ୧ରୁ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଜାତୀୟ କନିଷ୍ଠ ଜୁଡ଼ୋ ପ୍ରତିଯୋଗିତା (୨୧ ବର୍ଷରୁ କମ୍) ଲାଗି ଓଡ଼ିଶା ଦଳ ପୁରୁଷୋତ୍ତମ ଏକ୍ସପ୍ରେସ୍ ଯୋଗେ ଯାତ୍ରା କରିଛି। ୫ ବାଳିକାଙ୍କ ସହ ୧୧ ଜଣିଆ ଦଳ ସହିତ ଜେଏଫ୍ଆଇ ବୈଷୟିିକ ଅଧିକାରୀ ଭାବେ ଗୀତାଞ୍ଜଳି ପଣ୍ଡା, ପ୍ରଶିକ୍ଷକ ଭାବେ କନ୍ଦନ ମୁର୍ମୁ, ବସନ୍ତ ଦଳେଇ, ପ୍ରବଂଧକ ଭାବେ ତାରକାନ୍ତ ପରିଡ଼ା ସାମିଲ ଅଛନ୍ତି। ଓଡ଼ିଶା ଦଳକୁ ଓଡ଼ିଶା ରାଜ୍ୟ ଜୁଡ଼ୋ ସଂଘ (ଓସ୍ଜା) ସଭାପତି ପ୍ରିୟବ୍ରତ ପଟ୍ଟନାୟକ ଏବଂ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ମିଶ୍ର ଶୁଭେଚ୍ଛା ଜଣାଇଛନ୍ତି।
ଓଡ଼ିଶା ଦଳ: ମୁକୁତା ଜାନି, ତନିଷ୍କା ମନସ୍ବିନୀ ସାହୁ, ପ୍ରଭାସିନୀ ବରାଡ଼, ରଶ୍ମିତା ନାୟକ, ସସ୍ମିତା ସିଂହ, ମାସି ହନ୍ତାଳ, ରାଜେଶ କୁମାର ସାହୁ, ଫିଟ୍ସନ୍ ପ୍ରଧାନ, ବିଚିତ୍ରାନନ୍ଦ ପୁହାଣ, ବିନୟ କୁମାର ଦାସ, ପି ରମେଶ ରେଡ୍ଡୀ।