ଜାତୀୟ କନିଷ୍ଠ କରାଟେ: ଓଡ଼ିଶାକୁ ୫ ପଦକ

ଭୁବନେଶ୍ୱର: ନୂଆଦିଲ୍ଲୀର ତାଲକୋଟ୍ରା ଷ୍ଟାଡିୟମ୍‌ରେ ଚାଲିଥିବା ଜାତୀୟ କନିଷ୍ଠ କରାଟେ ପ୍ରତିଯୋଗିତାର ଦ୍ୱିତୀୟ ଦିନ ସୁଦ୍ଧା ଓଡ଼ିଶା ପ୍ରତିଯୋଗୀ ୨ ରୌପ୍ୟ ଏବଂ ୩ କାଂସ୍ୟ ସହିତ ୫ ପଦକ ଜିିତିଛନ୍ତି। ପ୍ରଥମ ଦିନ ଫାଇଟ୍‌ରେ ସତ୍ୟମ ମହାନ୍ତି ରୌପ୍ୟ ଏବଂ ଅନୁସ୍କା ପ୍ରିୟଦର୍ଶିନୀ କାଂସ୍ୟ ପଦକ ଜିତିଥିଲେ। ଗୁରୁବାର ଦ୍ୱିତୀୟ ଦିବସରେ ଫାଇଟ୍‌ରେ ଲୋମା ସ୍ୱାଇଁ ରୌପ୍ୟ, ଦେବସ୍ମିତା ଦଳବେହେରା କାଂସ୍ୟ ପଦକ ଜିତିଥିଲେ। ମହିଳା ଟିମ୍‌ କାଟାରେ ଆଦ୍ୟାଶା ସାମନ୍ତରାୟ, ଗୀତିଶ୍ରୀ, ତେଜସ୍ୱିନୀଙ୍କ ନେଇ ଗଠିତ ଓଡ଼ିଶା ଦଳ କାଂସ୍ୟ ପଦକ ଜିତିଥିଲା। ପଦକ ବିଜେତାଙ୍କୁ ଓଡ଼ିଶା କରାଟେ ସଂଘ ପକ୍ଷରୁ ଅଭିନନ୍ଦନ ଏବଂ ଶୁକ୍ରବାର ପାଇଁ ଶୁଭକାମନା ଦିଆଯାଇଛି।

ସମ୍ବନ୍ଧିତ ଖବର