ଜାତୀୟ କନିଷ୍ଠ ରୋଇ˚ ଓଡ଼ିଶାକୁ ୩ ସ୍ବର୍ଣ୍ଣ

କଟକ: ଭୋପାଳରେ ଶେଷ ହୋଇଥିବା ୩୯ତମ ଜାତୀୟ କନିଷ୍ଠ ରୋଇ˚ ପ୍ରତିଯୋଗିତାରେ ଓଡ଼ିଶାକୁ ୩ ସ୍ବର୍ଣ୍ଣ ପଦକ ମିଳିଛି। ୧୦୦୦ ମିଟର ଦୂରତ୍ବ ବିଶିଷ୍ଟ ସିଙ୍ଗଲ ସ୍କଲ୍‌, କକ୍ସଲେସ ପେୟାର ଓ କକ୍ସଲେସ ଫୋର‌୍‌ରେ ଏହି ପଦକଗୁଡ଼ିକ ମିଳିଛି। ସିଙ୍ଗଲ ସ୍କଲ୍‌ରେ ରେଶ୍‌ମା କୁମାରୀ ମିଞ୍ଜ, କକ୍ସଲେସ ପେୟାରରେ ସୋନାଲି ସ୍ବାଇଁ ଓ ରିତୁ କାଉଡି ଏବ˚ କକ୍ସଲେସ ଫୋର‌୍‌ରେ ଦୀପିକା ଖେସ, ରେଶ୍‌ମା ଲାକ୍ରା, ରଚେଲ ଲାକ୍ରା, ସବିତା ସୋରେଙ୍ଗଙ୍କ ଯୋଡ଼ି ସ୍ବର୍ଣ୍ଣ ପଦକ ଜିତିଥିଲେ। ଓଡ଼ିଶାରୁ ୧୦ ବାଳିକା ଓ ୫ ବାଳକ ଖେଳାଳି ଏହି ପ୍ରତିଯୋଗିତାରେ ଅ˚ଶଗ୍ରହଣ କରିଥିଲେ। ଓଡ଼ିଶା ଖେଳାଳିଙ୍କ ଏହି ସଫଳତା ପାଇଁ ରାଜ୍ୟ ରୋଇ˚ ଓ ସ୍କଲି˚ ସ˚ଘର ସଭାପତି ବିନୋଦ ଦାଶ, ସମ୍ପାଦକ ଅମରଜ୍ୟୋତି ସି˚ହଦେଓ, ପ୍ରଶିକ୍ଷକ ପି.ଟି. ପାଉଲୁସ୍‌ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର