କଟକ: ଜଗତପୁରସ୍ଥିତ ଜଳକ୍ରୀଡ଼ା କେନ୍ଦ୍ରରେ ଆସନ୍ତା ୧୫ରୁ ୧୮ ତାରିଖ ପର୍ଯ୍ୟନ୍ତ ୩୮ତମ ଜାତୀୟ କନିଷ୍ଠ ରୋଇଂ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଚଳିତ ବର୍ଷ ପ୍ରତିଯୋଗିତାରେ ୨୫ରାଜ୍ୟରୁ ୫୦୦ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଅଂଶଗ୍ରହଣ କରିବେ। ସିଙ୍ଗଲ ସ୍କଲ୍, ଡବଲ୍ ସ୍କଲ୍, କକ୍ସଲେସ୍ ପେୟାର ଓ କକ୍ସଲେସ୍ ଫୋର୍ ଇଭେଣ୍ଟରେ ପ୍ରତିଯୋଗିତା ହେବ। ୧ହଜାର ମିଟର ଦୂତରା ବିଶିଷ୍ଟ ୪ଟି ଲେନ୍ରେ ପ୍ରତିଯୋଗିତା ଆୟୋଜନ ହେବ ବୋଲି ଓସିଏ କନ୍ଫରେନ୍ସ ହଲ୍ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ରୋଇଂ ଓ ସ୍କଲିଂ ସଂଘ ସଭାପତି ବିନୋଦ ଦାଶ ସୂଚନା ଦେଇଛନ୍ତି। ଓଡ଼ିଶାରୁ ଏହି ପ୍ରତିଯୋଗିତାରେ ୬ଜଣ ବାଳକ ଓ ୯ଜଣ ବାଳିକା ଅଂଶଗ୍ରହଣ କରୁଛନ୍ତି।
ବଳକଙ୍କ ମଧ୍ୟରେ ପ୍ରିତିବନ୍ତ ଜେନା, ଟି.ଜନସନ୍ ସିଂହ, ଲାଜରୁସ୍ ଧନଓ୍ଵର, ଆଲ୍ବିନ୍ ଟପ୍ପୋ, ରାକେଶ ତିର୍କୀ, ଆଲୋକ ମିଞ୍ଜ ଏବଂ ବାଳିକା ଦଳରେ ରେଶ୍ମା କୁମାରୀ ମିଞ୍ଜ, ଦୀପିକା ମିଞ୍ଜ, ରେଶ୍ମା ଲାକ୍ରା, ରିତୁ କାଉଡି, କମଳା ଲାକ୍ରା, ସୋନାଲି ସ୍ୱାଇଁ, ସୋବିତା ସୋରେଙ୍ଗ୍, ଅସ୍ମିତା କେର୍କେଟା, ଝରଣା ହାତି ଓଡ଼ିଶାକୁ ପ୍ରତିନିଧିତ୍ୱ କରିବେ। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସଂପାଦକ ଅମରଜ୍ୟୋତି ସିଂହଦେଓ, ସହ ସମ୍ପାଦକ ବିଜୟ ପାଇକରାୟ, ସାଇ କେନ୍ଦ୍ର ପ୍ରଶିକ୍ଷକ ପିଟି ପୌଲୁସ୍, ଜାତୀୟ ପ୍ରଶିକ୍ଷକ ଇସ୍ମାଇଲ୍ ବେଗ୍ ଉପସ୍ଥିତ ଥିଲେ।
ଜଗତପୁରରେ ଜାତୀୟ କନିଷ୍ଠ ରୋଇଂ ପ୍ରତିଯୋଗିତା
/sambad/media/post_attachments/wp-content/uploads/2017/11/sp.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)