ଭୁବନେଶ୍ୱର: ବେଙ୍ଗାଲୁରୁଠାରେ ଉଦ୍ଯାପିତ ୨୫ତମ ଜାତୀୟ କନିଷ୍ଠ ଅସୀଚାଳନା ପ୍ରତିଯୋଗିତାରେ ଓଡ଼ିଶା ଉଲ୍ଲେଖନୀୟ ପ୍ରଦର୍ଶନ କରି ଫେରି ଆସିଛି। ପ୍ରଥମ ଥର ପାଇଁ ୪ ଜଣ ଓଡ଼ିଆ ପିଲା ଜାତୀୟ ମାନ୍ୟତାର ଶୀର୍ଷ ୩୨ ଭିତରେ ରହି ଆଗକୁ ବଢ଼ିଛନ୍ତି। ଏପି ବର୍ଗରେ ତୃପ୍ତିମୟୀ ସିଂହଦେଓ ଏଲିମିନେସନ୍ ରାଉଣ୍ଡ୍ ଅତିକ୍ରମ କରି ଶୀର୍ଷ ୧୬ ଭିତରେ ରହିଥିଲେ। ସେହଭଳି ପୁରୁଷ ଏପିରେ ଅଦୈତ ପ୍ରସାଦ ଏବଂ ରୋଶନା ସାହୁ ଏବଂ ଫଏଲ୍ରେ ରବିନ୍ କୁମାର ମଧ୍ୟ ଶୀର୍ଷ ୩୨କୁ ଉଠିବାରେ ସଫଳ ହୋଇଥିଲେ। ଏହି ୩ ବର୍ଗରେ ଓଡ଼ିଶାରୁ ୨୨ ଜଣ ଭାଗ ନେଇଥିଲେ। ଓଡ଼ିଶା ରାଜ୍ୟ ଅସୀଚାଳନା ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ ଏବଂ ଯୁଗ୍ମ ସମ୍ପାଦକ ସୁମିତ ରଂଜନ ପୁରୋହିତ ଅଭିନନ୍ଦନ ଜଣାଇଛନ୍ତି।
ଜାତୀୟ କନିଷ୍ଠ ଅସୀଚାଳନା: ଶୀର୍ଷ ୩୨ରେ ୪ ଓଡ଼ିଆ
/sambad/media/post_attachments/wp-content/uploads/2018/01/download-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)