ଜାତୀୟ ଉପକନିଷ୍ଠ ସିପକ୍‌ଟାକ୍ର: ଓଡ଼ିଶାର ଯୁଗଳ ବିଜୟ

ଭୁବନେଶ୍ୱର: କିଟ୍‌ ବିଶ୍ୱବିଦ୍ୟାଳୟଠାରେ ବୁଧବାରଠୁ ୨୧ତମ ଜାତୀୟ ଉପକନିଷ୍ଠ ସିପକ୍‌ଟାକ୍ର ପ୍ରତିଯୋଗିତା ଆରମ୍ଭ ହୋଇଛି। ପ୍ରଥମ ଦିନ ବାଳିକା ବର୍ଗରେ ଗୋଆ ୨-୧ରେ କେରଳକୁ, ମଣିପୁର ୨-୧ରେ ବିହାରକୁ, ଓଡ଼ିଶା ୩-୦ରେ ଆନ୍ଧ୍ର ପ୍ରଦେଶକୁ, ତେଲେଙ୍ଗାନା ୩-୦ରେ ଦିଲ୍ଲୀକୁ ହରାଇଛି। ସେହିପରି ବାଳକ ବର୍ଗରେ ଓଡ଼ିଶା ୨-୧ରେ ତାମିଲନାଡ଼ୁକୁ, ନାଗାଲାଣ୍ଡ ୨-୧ରେ ତେଲେଙ୍ଗାନାକୁ, ଆନ୍ଧ୍ର ପ୍ରଦେଶ ୩-୦ରେ ଦିଲ୍ଲୀକୁ, କେରଳ ୨-୧ରେ ମହାରାଷ୍ଟ୍ରକୁ, ତାମିଲନାଡ଼ୁ ୨-୧ରେ ଆନ୍ଧ୍ର ପ୍ରଦେଶକୁ ପରାସ୍ତ କରିଛି।

ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସାଂସଦ ତଥା ଓଟିଡିସି ଅଧ୍ୟକ୍ଷ ଦିଲ୍ଲୀପ ତିର୍କି ଯୋଗ ଦେଇଥିଲା ବେଳେ ମେୟର ଅନନ୍ତ ନାରାୟଣ ଜେନା, କରଞ୍ଜିଆ ବିଧାୟକ ବିଜୟ ନାୟକ, ଭାରତୀୟ ସିପକ୍‌ଟାକ୍ର ମହାସଂଘର ସାଧାରଣ ସମ୍ପାଦକ ଯୋଗୀନ୍ଦର ସିଂହ ଦାହିୟା, ଓଡ଼ିଶା ସଂଘର ସଭାପତି ସାରଦା ନାୟକ, ସମ୍ପାଦକ ମନୋଜ ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ପୃଥ୍ଵୀରାଜ ସାହୁ ଏବଂ କିଟ୍‌ର କ୍ରୀଡ଼ା ନିର୍ଦେଶକ ଡ. ଗଗନେନ୍ଦୁ ଦାଶ ଅତିଥି ଭାବେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର