ରବିବାରଠୁ ଜାତୀୟ ଉପକନିଷ୍ଠ ସଫ୍‌ଟବଲ୍‌: ତପୁ ଓ ଲକ୍ଷ୍ମୀଙ୍କୁ ଓଡ଼ିଶା ନେତୃତ୍ବ

କଟକ: ରବିବାରଠୁ କଟକରେ ଜାତୀୟ ଉପକନିଷ୍ଠ ସଫ୍‌ଟବଲ ପ୍ରତିଯୋଗିତା ଆରମ୍ଭ ହେବ। ସତ୍ୟବ୍ରତ ଷ୍ଟାଡିୟମରେ ଆୟୋଜିତ ଏହି ପ୍ରତିଯୋଗିତାରେ ୨୪ ବାଳକ ଓ ୨୦ ବାଳିକା ଦଳ ଅ˚ଶଗ୍ରହଣ କରିବେ। ମୋଟ ୧୦୦୦ ଖେଳାଳି ଓ ମ୍ୟାଚ୍‌ ପରିଚାଳନା ଅଧିକାରୀ ପ୍ରତିଯୋଗିତାରେ ସାମିଲ ରହିବେ ବୋଲି ରାଜ୍ୟ ସଫ୍‌ଟବଲ ସ˚ଘ ପକ୍ଷରୁ ଓସିଏ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଏଥିପାଇଁ ଚୟନ ହୋଇଥିବା ଓଡ଼ିଶା ଦଳରେ ଉଭୟ ବାଳକ ଓ ବାଳିକା ଦଳରେ ୨୦ ଜଣ ଲେଖାଏ ଖେଳାଳିଙ୍କୁ ନିଆଯାଇଛି। ତପୁ ସି˚ହ ବାଳକ ଓ ଲକ୍ଷ୍ମୀ ସୋରେନ୍‌ ବାଳିକା ଦଳର ନେତୃତ୍ବ ନେଉଛନ୍ତି। ମ୍ୟାଚ୍‌ଗୁଡ଼ିକ ଲିଗ୍‌ କମ୍‌ ନକ୍‌ଆଉଟ ଆଧାରରେ ଖେଳାଯିବ। ପ୍ରତିଯୋଗିତା ପାଇଁ ପାଖାପାଖି ୨୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ଧାର୍ଯ୍ୟ କରାଯାଇଛି। ଯେଉଁଥିରୁ ରାଜ୍ୟ ସ˚ଘ ୬ ଲକ୍ଷ, ସର୍ବଭାରତୀୟ ମହାସ˚ଘର ୭ ଲକ୍ଷ ଓ ସରକାରଙ୍କଠୁ ପାଖାପାଖି ୭ ଲକ୍ଷ ଟଙ୍କା ସହାୟତା ମିଳିବ ବୋଲି ଆଶା କରାଯାଇଛି। ପ୍ରତିଯୋଗିତାର ସଫଳ ପରିଚାଳନା ପାଇଁ ୬ଟି ଭିନ୍ନଭିନ୍ନ ସମିତି ଗଠନ କରାଯାଇଛି। ପ୍ରତିଯୋଗିତା ୯ ତାରିଖରେ ଉଦ୍‌ଯାପିତ ହେବ। ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ ଆୟୋଜନ ସମିତି ଅଧ୍ୟକ୍ଷ ମହେନ୍ଦ୍ର ନାୟକ, ରାଜ୍ୟ ସ˚ଘ ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ, ଆୟୋଜନ ସମିତି ସଦସ୍ୟ ସ˚ଜୀବ ମଣ୍ତଳ, ଗଣମାଧ୍ୟମ ସ˚ଯୋଜକ ସହଦେବ ରାଉତ, ବୈଷୟିକ ସମିତି ସଦସ୍ୟ ବିଭୂଦତ୍ତ ରଥ ଉପସ୍ଥିତ ଥିଲେ।

ଓଡ଼ିଶା ବାଳକ ଦଳ: କାର୍ତ୍ତିକ ସି˚ହ, ସୋମେନ ଗିରି, ପ୍ରିୟା˚ଶୁ ଶେଖର ବିଶ୍ବାଳ, ଅମିତ ଓରାମ, ଗଡୁ ବଡ଼ନାୟକ, ମହାବୀର ମହାରଣା, ସ˚ଜୟ କୁମାର ଦାସ, ସନ୍ଦୀପ କୁମାର କରକରିଆ, ସୁରଦା ଲକ୍ଷ୍ମଣ, ର˚ଜିତ ସି˚ହ, ତପୁ ସି˚ହ (ଅଧିନାୟକ), ଖଗେଶ୍ବର ମଲ୍ଲିକ, ଶୁଭମ ବିଶ୍ବର˚ଜନ ବଳ, ଏ ଦୁର୍ଗାପ୍ରସାଦ, ରାହୁଲ ଏକ୍କା, ବି ଉଦୟ କୁମାର, ବାଦଲ କୁମାର ଶର୍ମା, ଆଦିତ୍ୟ ନାଥ, ସୁରେନ୍ଦ୍ର ପାଙ୍ଗୀ, ଜ୍ଞାନର˚ଜନ ପ୍ରଧାନ। ବାଳିକା ଦଳ: ଲକ୍ଷ୍ମୀ ସୋରେନ୍‌ (ଅଧିନାୟିକା), ଡାଙ୍ଗୀ ମୁର୍ମୁ, ପୂର୍ଣ୍ଣିମା ସୋରେନ୍‌, ତୃପ୍ତିମୟୀ ସୋରେନ୍‌, କଣ୍ଢେଇ ସାହୁ, ସ୍ବାତୀ କ୍ରିତାନିଆ, ଚାନ୍ଦିନ ମୁକ୍ତା, ଲକ୍ଷ୍ମୀ ବୋଇପାଇ, ଅଭିଲିପ୍ସା ରାଉତ, ସୁଲୋଚନା ମଲ୍ଲିକ, ମମତା ସିଙ୍ଗ, ଶୁଭଦ୍ରା ଓରାମ, ଲକ୍ଷ୍ମୀ ମୁର୍ମୁ, ରଶ୍ମିତା ବାରିକ, କରିନା ମାନସି˚ହ, ଶିବାନୀ ସି˚ହ, ପୂଜାରାଣୀ ଭୋଇ, ଲକ୍ଷ୍ମୀ ନାଏକ, ସୁଚିସ୍ମିତା ପ୍ରଧାନ, ମାମାଲି ବେହେରା।

ସମ୍ବନ୍ଧିତ ଖବର