କଟକ: ସତ୍ୟବ୍ରତ ଷ୍ଟାଡିୟମରେ ରବିବାରଠୁ ଆରମ୍ଭ ହୋଇଛି ୩୧ତମ ଜାତୀୟ ଉପକନିଷ୍ଠ ସଫ୍‌ଟବଲ୍‌ ପ୍ରତିଯୋଗିତା। ଓଡ଼ିଶା ସଫ୍‌ଟବଲ ସ˚ଘ ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାରେ ୨୪ ବାଳକ ଓ ୨୦ ବାଳିକା ଦଳ ଅ˚ଶଗ୍ରହଣ କରିଛନ୍ତି। ଉଭୟରୁ ୯୦୦ ପ୍ରତିଯୋଗୀ ଅ˚ଶଗ୍ରହଣ କରିଛନ୍ତି। ଉଦ୍‌ଘାଟନୀ ମ୍ୟାଚ୍‌ରେ ହରିୟାଣା ବାଳିକା ୬-୧ରେ ପଣ୍ତିଚେରୀକୁ ପରାସ୍ତ କରିଛି। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଓଡ଼ିଶା ଦୌଡ଼କୁଦ ସ˚ଘ ସମ୍ପାଦକ ଆଶୀର୍ବାଦ ବେହେରା, ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି, ସାଇ ସଚିବ ଏଲ୍‌ଆର‌୍‌ ମୌର୍ଯ୍ୟ, ଭାରତୀୟ ସଫ୍‌ଟବଲ ସ˚ଘର ସିଇଓ ପ୍ରବୀଣ ଅନୋଆକର, ରାଜ୍ୟ ସ˚ଘ ସଂପାଦକ ଦେବେନ୍ଦ୍ର ସାହୁ, ଯୁଗ୍ମ ସମ୍ପାଦକ ରାଜକିଶୋର ପଟ୍ଟନାୟକ, ବୈଷୟିକ ସମିତି ସଦସ୍ୟ ବିଭୂଦତ୍ତ ରଥ ପ୍ରମୁଖ ଉପସ୍ଥିତ ଥିଲେ। ଆସନ୍ତା ୯ ତାରିଖରେ ପ୍ରତିଯୋଗିତା ଉଦ୍‌ଯାପିତ ହେବ।