ଜାତୀୟ ଉପକନିଷ୍ଠ ସଫ୍‌ଟବଲ୍‌: ପ୍ରିକ୍ବାର୍ଟରରେ ଓଡ଼ିଶା ବାଳକ

କଟକ: ସତ୍ୟବ୍ରତ ଷ୍ଟାଡିୟମରେ ଆରମ୍ଭ ହୋଇଥିବା ୩୩ତମ ଜାତୀୟ ଉପକନିଷ୍ଠ ସଫ୍‌ଟବଲ୍‌ ପ୍ରତିଯୋଗିତାରେ ଓଡ଼ିଶା ବାଳକ ଦଳ ପ୍ରିକ୍ବାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛି। ସୋମବାର ଖେଳାଯାଇଥିବା ପ୍ରଥମ ଲିଗ୍‌ ମ୍ୟାଚ୍‌ରେ ଓଡ଼ିଶା ୫-୪ରନ୍‌ରେ ଉତ୍ତରାଖଣ୍ଡକୁ ଓ ଦ୍ବିତୀୟ ମ୍ୟାଚ୍‌ରେ ୭-୦ ରନ୍‌ରେ ଜାମ୍ମୁ କାଶ୍ମୀରକୁ ପରାସ୍ତ କରି ଏହି ଯୋଗ୍ୟତା ଅର୍ଜନ କରିଛି। ହେଲେ ମହିଳା ଦଳ ଖେଳିଥିବା ଏକମାତ୍ର ଲିଗ୍‌ ମ୍ୟାଚ୍‌ରେ ଛତିଶଗଡ଼ଠୁ ୧-୦ ରନ୍‌ରେ ପରାସ୍ତ ହୋଇଛି। ବାଳକ ବିଭାଗରେ ଖେଳାଯାଇଥିବା ଅନ୍ୟ ମ୍ୟାଚ୍‌ଗୁଡ଼ିକ ମଧ୍ୟରେ ତେଲେଙ୍ଗାନା ୭-୦ ରନ୍‌ରେ ହରିଆଣାକୁ, ମହାରାଷ୍ଟ୍ର ୭-୦ ରନ୍‌ରେ ଉତ୍ତରପ୍ରଦେଶକୁ, ଛତିଶଗଡ଼ ୫-୦ରନ୍‌ରେ କର୍ଣ୍ଣାଟକକୁ, ରାଜସ୍ଥାନ ୮-୦ ରନ୍‌ରେ ଦିଲ୍ଲୀକୁ ଏବ˚ ବାଳିକା ବିଭାଗରେ ଦିଲ୍ଲୀ ୯-୦ ରନ୍‌ରେ ହରିୟାଣାକୁ, ଆନ୍ଧ୍ରପ୍ରଦେଶ ୭-୦ରନ୍‌ରେ ଉତ୍ତରପ୍ରଦେଶକୁ, ମଧ୍ୟପ୍ରଦେଶ ୭-୦ ରନ୍‌ରେ ଉତ୍ତରାଖଣ୍ଡକୁ ହରାଇଛନ୍ତି। ଆସନ୍ତା ୨୩ ତାରିଖରେ ପ୍ରତିଯୋଗିତା ଶେଷ ହେବ।

ସମ୍ବନ୍ଧିତ ଖବର