୧୦୦ ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ରେ ପ୍ରତ୍ୟାଶାଙ୍କୁ କାଂସ୍ୟ

ଜାତୀୟ କନିଷ୍ଠ ସନ୍ତରଣ

ସମ୍ବଲପୁର: ପୁନେରେ ରବିବାର ଆରମ୍ଭ ହୋଇଥିବା ଜାତୀୟ କନିଷ୍ଠ ଓ ଉପକନିଷ୍ଠ ସନ୍ତରଣ ପ୍ରତିଯୋଗିତାର ପ୍ରଥମ ଦିନରେ ଓଡ଼ିଶାକୁ ଗୋଟିଏ କାଂସ୍ୟ ପଦକ ମିଳିଛି। କନିଷ୍ଠ ବାଳିକା ଗ୍ରୁପ୍‌-୧ ବର୍ଗର ୧୦୦ ମିଟର ବ୍ୟାକ୍‌ଷ୍ଟ୍ରୋକରେ ପ୍ରତ୍ୟାଶା ରାୟ ୧ ମିନିଟ୍‌ ୯.୨୦ ସେକେଣ୍ଡ ସମୟ ନେଇ କାଂସ୍ୟ ପଦକ ଜିତିଛନ୍ତି। ତେବେ ଭୁବନେଶ୍ୱରରେ ବିଜୁ ପଟ୍ଟନାୟକ ସନ୍ତରଣାଗାର ଭଙ୍ଗାଯିବା ଦ୍ୱାରା ପ୍ରତ୍ୟାଶାଙ୍କ ଅଭ୍ୟାସ ବାଧାପ୍ରାପ୍ତ ହେବା ସହ ତାଙ୍କ ପ୍ରଦର୍ଶନ ହ୍ରାସ ପାଇଛି। ପୂର୍ବ ବର୍ଷମାନଙ୍କରେ ଏହି ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତି ସାରିଥିବା ପ୍ରତ୍ୟାଶାଙ୍କ ପ୍ରଦର୍ଶନ ତାଙ୍କ ପ୍ରିୟ ବ୍ୟାକ୍‌ଷ୍ଟ୍ରୋକ୍‌ ଇଭେଣ୍ଟରେ ସେତେଟା ସନ୍ତୋଷଜନକ ହୋଇପାରି ନାହିଁ। ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ଓଡ଼ିଶାରୁ ୨୭ ଜଣିଆ ଦଳ ପୁନେ ଗସ୍ତରେ ଯାଇଥିଲାବେଳେ ପ୍ରତ୍ୟାଶାଙ୍କଠାରୁ ଏକାଧିକ ପଦକର ଆଶା ରହିଛି। ପ୍ରତ୍ୟାଷାଙ୍କୁ ତାଙ୍କ ସଫଳତା ପାଇଁ ଓଡ଼ିଶା ରାଜ୍ୟ ସନ୍ତରଣ ସଂଘ ଅଭିନନ୍ଦନ ଜଣାଇଛି।

ସମ୍ବନ୍ଧିତ ଖବର