କଟକ: କର୍ଣ୍ଣାଟକର ଧରଓ୍ଵାଦଠାରେ ଜାତୀୟ କନିଷ୍ଠ ଓ ଉପ କନିଷ୍ଠ ଟାଏକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିପାଇଁ ଓଡ଼ିଶା ଦଳ ଘୋଷଣା କରାଯାଇଛି। କନିଷ୍ଠ ଦଳ କ୍ୟୁରୋଗି ବାଳକ ବିଭାଗରେ ନରେଶ କୁମାର ବାରିକ, ଜିନେଶ ଦାସ, ସିଦ୍ଧାନ୍ତ କୁମାର ଦାସ, ଓମ୍କାର ନାୟକ, ଇନ୍ଦ୍ରଜିତ ପରିଡ଼ା, ଅଭିଜିତ୍ ସାହୁ, ପ୍ରଣବ କୁମାର ଦାଶ, ତ୍ରିଭାସ ବସନ୍ତିଆ, ବାଳିକାରେ ମମତା ପଣ୍ଡା, ସାଗରିକା ମୁଦୁଲି, ଆଲିୟା ତାରାନମ୍, ରାଣୀ କର, ପ୍ରତୀକ୍ଷା ଶତପଥୀ, ପ୍ରଭୋଜିତ କୌର, ଲଭ୍ଲିନ୍ ପଟ୍ଟନାୟକ, ପୁମ୍ସେ ବିଭାଗ ଏକକରେ ବସନ୍ତ ଦୁର୍ଗ, ରାଣୀ କର ଏବଂ ଯୁଗଳରେ ସିଦ୍ଧାନ୍ତ କୁମାର ଦାସ, ବିଶ୍ୱଜିତ ନାୟକ, ରାଘବ ଝଝରିଆ ସ୍ଥାନ ପାଇଛନ୍ତି। ଜୟକୃଷ୍ଣ ପରିଡ଼ା ଓ ଇମ୍ରାନ୍ ଖାନ୍ ବାଳକ ପ୍ରଶିକ୍ଷକ ଓ ଅଶ୍ୱିନ୍ କୁମାର ମହାନ୍ତି ଓ ପରିତୋଷ ମହାମାନସିଂହ ବାଳିକା ପ୍ରଶିକ୍ଷକ ଭାବେ ଦଳ ସହିତ ରହିବେ। ସେହିପରି ଉପ କନିଷ୍ଠ କ୍ୟୁରୋଗି ବାଳକରେ ଚିରାଗ ସାହୁ, ସୂର୍ଯ୍ୟାଂଶୁ ଶେଖର ସାହୁ, ହିମାଂଶୁ ହର୍ଷବର୍ଦ୍ଧନ, ସୌମ୍ୟ ସାହୁ, ଓମ୍ ପ୍ରକାଶ ସାମଲ, ରଶ୍ମିରଂଜନ ରାଉତ, କୌଶିକ ଚନ୍ଦ୍ର କର, ସୁରଜ କୁମାର ଜେନା, ସାଇ ସୃଜନ ମହାପାତ୍ର, ପିୟୁଷ ହରିଚନ୍ଦନ, ବାଳିକାରେ ଶିବାଙ୍ଗୀ ସିଂହ ଚୌହାନ୍, ଲୋପାମୁଦ୍ରା ଦାଶ, ସୁଶ୍ରୀ ଏସ୍.ପତି, କରିସ୍ନି ନନ୍ଙ୍ଗେଇକାପମ୍, ଶୁଭଲକ୍ଷ୍ମୀ ପରିଡ଼ା, ସୌମ୍ୟଶ୍ରୀ ରାଉତ, ତିତିକ୍ଷା ଦଳାଇ, ପ୍ରିୟଦର୍ଶିନୀ ଶତପଥୀ, ସାଲୋନୀ ପରିଡ଼ା ଏବଂ ପୁମ୍ସେ ଏକକରେ ଓମ୍ ଶର୍ମା, ଜିଜ୍ଞାଶା ବିଶ୍ୱାଳ, ବାଳକ ଗ୍ରୁପ୍ରେ କୌଶିକ ଚନ୍ଦ୍ର କର, ସ୍ୱୟଂସିଦ୍ଧ, ପିୟୁଷ ହରିଚନ୍ଦନ, ବାଳିକା ଗ୍ରୁପ୍ରେ ସାଲୋନି ପରିଡ଼ା, ଅମିଶି ସିହ୍ନା, ଜିଜ୍ଞାଶା ବିଶ୍ୱାଳ ସ୍ଥାନ ପାଇଛନ୍ତି।
ଜାତୀୟ କନିଷ୍ଠ ଟାଏକୋଣ୍ଡୋ ପାଇଁ ଓଡ଼ିଶା ଦଳ
/sambad/media/post_attachments/wp-content/uploads/2017/12/Taikwondo_sub-junior-junior-team.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)