ଜାତୀୟ ଉପକନିଷ୍ଠ ଟେନିସ ବଲ୍‌ କ୍ରିକେଟ୍‌: ଓଡ଼ିଶାକୁ କାଂସ୍ୟ

ଭୁ‌ବନେଶ୍ବର: ତାମିଲନାଡ଼ୁରେ ଆୟୋଜିତ ୨୭ତମ ଜାତୀୟ ଉପକନିଷ୍ଠ ଟେନିସ ବଲ୍‌ କ୍ରିକେଟ୍‌ ପ୍ରତିଯୋଗିତାରେ ଓଡ଼ିଶା କାଂସ୍ୟ ପଦକ ଜିତିଛି। ସେମିଫାଇନାଲ୍‌ରେ ଏହି ଦଳ ୪ ୱିକେଟ୍‌ରେ ପୂର୍ବାଞ୍ଚଳଠୁ ହାରି ତୃତୀୟ ସ୍ଥାନରେ ସନ୍ତୁଷ୍ଟ ରହିଥିଲା। ପ୍ରଥମେ ବ୍ୟାଟିଂ କରିଥିବା ଓଡ଼ିଶା ୮ ଓଭରରେ ୮ ୱିକେଟ୍‌ ହରାଇ ୬୩ ରନ୍‌ କରିଥିଲା। ଅଧିନାୟକ ଆଶିଷ ରଂଜନ ମଲ୍ଲିକ ୨୮ ଏବଂ ଚନ୍ଦନ ପାତ୍ର ୨୧ ରନ୍‌ କରିଥିଲେ। ଜବାବରେ ପୂର୍ବାଞ୍ଚଳ ୭.୪ ଓଭରରେ ୬ ୱିକେଟ୍‌ ହରାଇ ମ୍ୟାଚ୍‌ ଜିତି ନେଇଥିଲା। ଆଶିଷ ରଂଜନ ମଲ୍ଲିକ ପ୍ରତିଯୋଗିତାର ଶ୍ରେଷ୍ଠ ଅଲ୍‌ରାଉଣ୍ଡର ପୁରସ୍କାର ପାଇଥିଲେ। ଉଦ୍‌ଯାପନୀ ଉତ୍ସବରେ ଅତିଥି ଭାବେ ତାମିଲନାଡୁ କ୍ରୀଡ଼ାମନ୍ତ୍ରୀ ଶିବା ଭି ମେୟନାଥନ ଯୋଗଦେଇ ପୁରସ୍କାର ବଣ୍ଟନ କରିଥିଲେ। କାଂସ୍ୟ ବିଜେତା ଓଡ଼ିଶା ଦଳ ସଂଘର ସମ୍ପାଦକ ସୁରଜ ମିଶ୍ର, ମୁଖ୍ୟ ସଚିବ ସିଥିଲ ପଣ୍ଡା, ଯୁଗ୍ମ ସଚିବ ସୋମନାଥ ପରିଡ଼ା ଓ ପ୍ରଶିକ୍ଷକ ଚକ୍ରଧର ମାଝୀ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର