ଜାତୀୟ କନିଷ୍ଠ ଟେନିସ କ୍ରିକେଟ୍‌: ଓଡ଼ିଶା ବିଜେତା

ଭୁବନେଶ୍ବର: ଜାତୀୟ କନିଷ୍ଠ ଟେନିସ୍‌ କ୍ରିକେଟ୍‌ ପ୍ରତିଯୋଗିତାରେ ଓଡ଼ିଶା ବିଜେତା ହୋଇଛି। ମଥୁରା ଜିଏଲ୍‌ଏ ବିଶ୍ବବିଦ୍ୟାଳୟ ଷ୍ଟାଡିୟମରେ ଆୟୋଜିତ ଏହି ପ୍ରତିଯୋଗିତାର ଫାଇନାଲ୍‌ରେ ଓଡ଼ିଶା ୯ ରନ୍‌ରେ ଝାଡ଼ଖଣ୍ଡକୁ ପରାସ୍ତ କରିଥିଲା। ଓଡ଼ିଶା ନିର୍ଧାରିତ ୧୦ ଓଭରରେ ୮ ୱିକେଟ୍‌ ହରାଇ ୬୫ ରନ୍‌ କରିଥିଲା। ଜବାବରେ ଝାଡ଼ଖଣ୍ଡ ୯.୧ ଓଭରରେ ସମସ୍ତ ୱିକେଟ୍‌ ହରାଇ ୫୬ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ୩ ୱିକେଟ୍‌ ଅକ୍ତିଆର କରିଥିବା ହିତେଶଙ୍କୁ ଫାଇନାଲ୍‌ର ଶ୍ରେଷ୍ଠ ଖେଳାଳି ଏବଂ ସ୍ମୃତି ଦାସ (୧୫୩ ରନ୍‌, ୮ ୱିକେଟ୍‌) ଅଲ୍‌ରାଉଣ୍ଡ ପ୍ରଦର୍ଶନ ଲାଗି ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥି‌ଲେ। ପୂର୍ବରୁ ଓଡ଼ିଶା କ୍ବାର୍ଟର ଫାଇନାଲ୍‌ରେ ମୁମ୍ବାଇକୁ ୬୫ ରନ୍‌ ଏବଂ ସେମିଫାଇନାଲ୍‌ରେ ମହାରାଷ୍ଟ୍ରକୁ ୮୬ ରନ୍‌ରେ ପରାସ୍ତ କରି ଫାଇନାଲ୍‌ ପ୍ରବେଶ କରିଥିଲା। ବିଜେତା ଓଡ଼ିଶା ଦଳକୁ ସଂଘର ସଭାପତି ଅବିନାଶ ସାହୁ, ଉପସଭାପତି ଦୀପକ ହଂସ, ମହମ୍ମଦ ଆଜାମ, ସାଧାରଣ ସମ୍ପାଦକ ରିଣ୍ଟୁ ମିତ୍ର ଏବଂ କୋଷାଧ୍ୟକ୍ଷ ରାଗିଣୀ ମିତ୍ର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।

ସମ୍ବନ୍ଧିତ ଖବର