ଜାତୀୟ କନିଷ୍ଠ ଥ୍ରୋ ବଲ୍‌: ଓଡ଼ିଶା ବାଳକ ତୃତୀୟ

ଭୁବନେଶ୍ବର: ଉତ୍ତରପ୍ରଦେଶର ଗୋରଖପୁରଠାରେ ଆୟୋଜିତ ଜାତୀୟ କନି‌ଷ୍ଠ ଥ୍ରୋ ବଲ୍‌ ପ୍ରତିଯୋଗିତାରେ ଓଡ଼ିଶା ବାଳକ ଦଳ ତୃତୀୟ ସ୍ଥାନରେ ଅଭିଯାନ ଶେଷ କରିଛି। ସେମିଫାଇନାଲ୍‌ରେ ଦିଲ୍ଲୀଠୁ ୧୩-୧୫, ୧୫-୧୩ରେ, ୧୬-୧୪ରେ ହାରି ଯିବାରୁ ଫାଇନାଲ୍‌ ଖେଳିବାରୁ ବଞ୍ଚିତ ହୋଇଥିଲା। ହେଲେ ତୃତୀୟ ସ୍ଥାନ ଲାଗି ହୋଇଥିବା ମ୍ୟାଚ୍‌ରେ ଓଡ଼ିଶା ୧୫-୭, ୧୫-୯ରେ ମଧ୍ୟପ୍ରଦେଶକୁ ମାତ୍‌ ଦେଇଥିଲା। ଏହି ମ୍ୟାଚ୍‌ରେ ଜ୍ଞାନ ରଂଜନ ସ୍ବାଇଁ ଭଲ ପ୍ରଦର୍ଶନ କରିଥିଲେ। ତେବେ ଓଡ଼ିଶା ବାଳିକା ଦଳ କ୍ବାର୍ଟର ଫାଇନାଲ୍‌ରୁ ବିଦାୟ ହୋଇଥିଲା। କ୍ବାର୍ଟର ଫାଇନାଲ୍‌ରେ ଏହି ଦଳ ୧୫-୧୨, ୧୧-୧୫, ୧୩-୧୫ରେ ଦିଲ୍ଲୀଠୁ ହାରିଯାଇଥିଲା।

ସମ୍ବନ୍ଧିତ ଖବର