କଟକ: କଟକର ଜବାହରଲାଲ୍ ନେହରୁ ଇନ୍ଡୋର୍ ଷ୍ଟାଡିୟମ୍ରେ ଗୁରୁବାରଠୁ ଆରମ୍ଭ ହେବ ଜାତୀୟ ଉପକନିଷ୍ଠ ଅସିଚାଳନା ପ୍ରତିଯୋଗିତା। ରବିବାର ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ୩ ଦିନିଆ ପ୍ରତିଯୋଗିତା ଲାଗି ଓଡ଼ିଶା ଦଳ ବୁଧବାର ଘୋଷିତ ହୋଇଛି। ଏଥିଲାଗି ରାଜ୍ୟ କ୍ରୀଡ଼ା ବିଭାଗ ସହାୟତାରେ ଭୁବନେଶ୍ୱର ଅସିଚାଳନା ଏକାଡେମିରେ ଚଳିତ ମାସ ୫ରୁ ୨୫ତାରିଖ ପର୍ଯ୍ୟନ୍ତ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଥିଲା। ଭୁବନେଶ୍ୱର ଅସିଚାଳନା ଏକାଡେମି ପ୍ରଶିକ୍ଷକ ସୁକାନ୍ତ ସେଠ, ନୀତିନ ସ୍ୱାଇଁ, ବଲାଙ୍ଗୀର କ୍ରୀଡ଼ା ଛାତ୍ରାବାସ ପ୍ରଶିକ୍ଷକ ଅନ୍ୱେଷା ରାଉତ, ରୋଶନ ସାହୁ, ଅସିଚାଳନା ଏନ୍ଆଇଏସ୍ ପ୍ରଶିକ୍ଷକ କରିସ୍ମା ରାଉତ, ମଣିପୁର ଏସ୍ଏସ୍ବି ପ୍ରଶିକ୍ଷକ ଲେନିନ ମିତାଇ, ଜ୍ୟୋତିରଞ୍ଜନ ଠାକୁର ଏହାକୁ ପରିଚାଳନା କରିଥିଲେ। ଉକ୍ତ ଶିବିରରେ ଭାଗ ନେଇଥିବା ୩୪ଜଣଙ୍କ ମଧ୍ୟରୁ ୨୪ଜଣ ଖେଳାଳିଙ୍କୁ ଚୟନ କରାଯାଇଛି। ରାଜ୍ୟ ସଭାପତି ଅନଙ୍ଗ ଉଦୟ ସିଂହଦେଓ, ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ, ଉପସଭାପତି ରମେଶ ମଲ୍ଲିକ, ସଙ୍ଗଠନ ସମ୍ପାଦକ ସୁମିତ ରଞ୍ଜନ ପୁରୋହିତ ଓଡ଼ିଶା ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସଫଳତା କାମନା କରିଛନ୍ତି।
ଓଡ଼ିଶା ଦଳ: ଲିଖିତ ବିଶ୍ୱାଳ, ନିଶାଙ୍କ ପଟେଲ, ବିଭୂତି ପଟେଲ, ଓମ୍ ଖରା, ସ୍ୱାଗତ ପଟେଲ, ପଦ୍ମଲୋଚନ ନାଏକ, ଓମ୍ଶଙ୍କର ପଟେଲ, ଶୁଭମ୍ ଜେସିଂ, ପ୍ରେମ୍ଜିତ ବେଶାରା, ସୋମ୍ୟ ପ୍ରଧାନ, ମଣିକେଶ ନାଏକ, କାହ୍ନା ଗଡ଼ତିୟା। ସ୍ମୃତିପ୍ରଭା ଅରୁଣ, ସଞ୍ଜନା ଜାଲ୍, ଡଲିରାଣୀ ମାଝୀ, ଆସ୍ତା ଗଜେନ୍ଦ୍ର, ସାରିକା ପଟେଲ, ଶ୍ରୀୟା ଶ୍ରୁତି ପଟେଲ, ପ୍ରଜ୍ଞାଶା ମହାନ୍ତି, ଇସ୍ରିତା ମିଶ୍ର, ନମ୍ରତା ପଟେଲ, ଅମ୍ରିତା ଆଦିଯୁଆଡ଼, ମୁକ୍ତି ବିଶ୍ବାଳ।