ଭୁବନେଶ୍ବର: ଦିଲ୍ଲୀରେ ଜାନୁଆରି ୩ରୁ ୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଥିବା ୪୪ତମ ଉପକନିଷ୍ଠ ଭଲିବଲ୍ (ଉଭୟ ବାଳକ ଓ ବାଳିକା) ପ୍ରତିଯୋଗିତା ପାଇଁ ଓଡ଼ିଶାର ଦୁଇଟି ଦଳ ଘୋଷିତ ହୋଇଛି। କିଟ୍ ବିଶ୍ବବିଦ୍ୟାଳୟରେ ଡିସେମ୍ବର ୨୫ରେ ଅନୁଷ୍ଠିତ ମନୋନୟନ ଶିବିରରେ ଓଡ଼ିଶାର ବିଭିନ୍ନ ଜିଲ୍ଲା ଓ ଶାଖାରୁ ମୋଟ ୧୪୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲା ବେଳେ ସେମାନଙ୍କ ମଧ୍ୟରୁ ୩୦ ଜଣଙ୍କୁ ମନୋନୀତ କରାଯାଇଥିଲା। ତେବେ ପ୍ରଶିକ୍ଷଣ ଶିବିର ଶେଷରେ ଉଭୟ ଦଳର ୧୨ ଲେଖାଏଁ ଖେଳାଳିଙ୍କ ସହିତ ୪ ଜଣ ଅଧିକାରୀଙ୍କୁ ଚୂଡାନ୍ତ ତାଲିକାରେ ସ୍ଥାନ ମିଳିଛି। ରୁଦ୍ର ନାରାୟଣ ସେଠୀଙ୍କୁ ବାଳକ ଦଳର ଏବଂ ଲକ୍ଷ୍ମୀପ୍ରିୟା ପାଲ୍ଙ୍କୁ ବାଳିକା ଦଳର ଅଧିନାୟିକା ମନୋନୀତ କରାଯାଇଛି। ଉଭୟ ଦଳ ଆଜି ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି।
ବାଳକ ଦଳ: ରୁଦ୍ର ନାରାୟଣ ସେଠୀ (ଅଧିନାୟକ), ଶିମନ ବେହେରା, ପଙ୍କଜ ସାହୁ, ପିଣ୍ଟୁ ଦଣ୍ଡସେନା, ଆଶିଷ କୁମାର ସାମଲ, ଟିଟନ ନାୟକ, ଶୁଭମ ଜେନା, କ୍ରିଷ୍ଣ ଜୟସ୍ବାଲ, ଶୁବା ଧର୍ମୁ, ଆଶିଷ ରାଉତ, ରୋହିତ ମହାନ୍ତି ଓ ସୋମନାଥ ମୁଦୁଲି। ବିଶ୍ବଜିତ ଦାସ-ପ୍ରବନ୍ଧକ ଓ ରଶ୍ମୀ ରଞ୍ଜନ ନନ୍ଦ ମୁଖ୍ୟ ପ୍ରଶିକ୍ଷକ।
ବାଳିକା ଦଳ: ଲକ୍ଷ୍ମୀପ୍ରିୟା ପାଲ୍ (ଅଧିନାୟିକା), ଲିମା ସାହୁ, ନିରୁପମା ସେଠୀ, କବିତା ମାଝୀ, ଅନୁଷ୍କା ସାମଲ, ଲିପିକା ଖେସ୍, ତାନିଆ କୁଣ୍ଡୁ, ନିକିତା ପିଙ୍ଗ୍, ପୁନିତା ମୁଣ୍ଡା, ସୋନାଲି ମୁଣ୍ଡା, ପ୍ରମିଳା ମାଝୀ, ପ୍ରିୟଙ୍କା ବାରିକ୍। ଶୁଭସ୍ମିତା ପରିଡ଼ା-ପ୍ରବନ୍ଧକ ଓ ଗୋବିନ୍ଦ ଚନ୍ଦ୍ର ସାହୁ-ମୁଖ୍ୟ ପ୍ରଶିକ୍ଷକ।